ବର୍ଷା ଦିନିଆ ରୋଗରୁ ରକ୍ଷା ପାଇବାର ଉପାୟ

0

ବର୍ଷା ଋତୁ ଆରମ୍ଭ ହୋଇସାରିଛି। ଗ୍ରୀଷ୍ମ ପରେ ବର୍ଷା ଜନଜୀବନରେ ଆଶ୍ବସ୍ତି ଆଣିଥିଲେ ମଧ୍ୟ ଏହା ଦ୍ବାରା ଅନେକ ସଂକ୍ରମଣ ରୋଗ ହେବାର ଆଶଙ୍କା ରହିଥାଏ। ଏହି ଋତୁରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମେସ୍ତ ଫ୍ଲୁ ରୋଗର ଶିକାର ହୋଇଥାଆନ୍ତି। ଏହା ଛଡା ବାରମ୍ବାର ପାଗ ପରିବର୍ତ୍ତନ ଯୋଗୁଁ ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ । ତେଣୁ ଏହି ଋତୁରେ ବର୍ଷାର ମଜା ନେବା ସହ ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ଦେବା ଅତ୍ୟନ୍ତ ଜରୁରୀ ଅଟେ ।

ଫ୍ଲୁ ର ଲକ୍ଷଣ: ଭୀଷଣ ଜ୍ବର, ଝାଳ ବାହାରିବା, କମ୍ପ ହେବା, ବାରମ୍ବାର କାଶ ହେବା, ନାକରୁ ପାଣି ବାହାରିବା, ଶରୀରରେ କଷ୍ଟ ଅନୁଭବ ହେବା ଓ ତ୍ବଚାରେ ଦାଗ ପଡିବା ଆଦି ଫ୍ଲୁ ରୋଗର ଲକ୍ଷଣ।

ଏଥିରୁ ବଞ୍ଚିବାର ଉପାୟ:

-ଭୋଜନ ପୂର୍ବରୁ ହାତ ଧୋଇବା ଅତ୍ୟନ୍ତ ଜରୁରୀ ଅଟେ ।

-ନିୟମିତ ଭାବରେ ବ୍ୟାୟାମ କରନ୍ତୁ। ଏହା ଦ୍ବାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ।

-ପ୍ରର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ଆବଶ୍ୟକ।

-ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଆବଶ୍ୟକ।

-ଫ୍ଲୁ ରୋଗରୁ ରକ୍ଷା ପାଇବା ପାଇଁ ଟିକା ନେଇ ପାରିବେ। ଯେଉଁମାନଙ୍କ ନିକଟରେ ସଂକ୍ରମଣରୋଗ ଆଶଙ୍କା ଅଧିକ ଥାଏ, ସେମାନେ ଟିକା ନେବା ଆବଶ୍ୟକ।

Leave A Reply