www.samajalive.in
Monday, December 8, 2025
24.1 C
Bhubaneswar

ବର୍ଷାଦିନିଆ ଟିପ୍ସ

ତ୍ବଚାକୁ ବିନା ସାବୁନ ଏବଂ ଫେସ୍ ୱାସ୍ ରେ ୩ରୁ ୪ ଥର ଧୁଅନ୍ତୁ । ଯାହା ଦ୍ବାରା ତ୍ବଚାରୁ ତେଲିଆ ପଦାର୍ଥ ଓ ଧୂଳି ବାହାରି ଯିବ।

ବର୍ଷା ଦିନେ ଆଣ୍ଟି-ବ୍ୟାକ୍ଟିରିୟଲ ଟୋନର ବ୍ୟବହାର ତ୍ବଚା ପାଇଁ ଲାଭଦାୟକ ହୋଇଥାଏ। ଏହା ଦ୍ବାରା ତ୍ବଚା ସଂକ୍ରାମଣ ହେବାରୁ ରକ୍ଷା ପାଏ।

- Advertisement -

ବର୍ଷା ଦିନେ କିଛି ଲୋକ ସନ-ସ୍କ୍ରିନ୍ ବ୍ୟବହାର କରନ୍ତି ନାହିଁ। ଏହା ଦ୍ବାରା ସୂର୍ଯ୍ୟର ଅତି ବାଇଗଣୀ ରଶ୍ମି ତ୍ବଚାରେ ପଡି ତ୍ବଚାକୁ ଖରାପ କରିଥାଏ। ତେଣୁ ସନ-ସ୍କ୍ରିନ୍ ନିଶ୍ଚୟ ବ୍ୟବହାର କରନ୍ତୁ ।

ବର୍ଷା ଋତୁରେ ଲୋକେ ପାଣି ବହୁତ କମ୍ ପିଇଥାଆନ୍ତି, ଯାହା ଦ୍ବାରା ତ୍ବଚା ଉପରେ ଖରାପ ପ୍ରଭାବ ପଡିଥାଏ । ତେଣୁ ପ୍ରତିଦିନ ୭ରୁ ୮ ଗ୍ଲାସ ପାଣି ନିଶ୍ଚୟ ପିଅନ୍ତୁ ।

ଉତ୍ତମ ସ୍କ୍ରବରରେ ୩ ଦିନ ବ୍ୟବଧାନରେ ତ୍ବଚାକୁ ସ୍କ୍ରବ୍ କରନ୍ତୁ ।

ବର୍ଷା ଋତୁରେ କଦାପି ଭାରି ମେକଅପ୍ କରନ୍ତୁ ନାହିଁ ।

ଭୋଜନ ତାଲିକାରେ ଜୁସ୍ ଓ ସୁପ୍ ଅଧିକ ମାତ୍ରାରେ ସାମିଲ କରନ୍ତୁ । ରାନ୍ଧିବା ପୂର୍ବରୁ ପରିବାକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଯଦି ସମ୍ଭବ ନଖ ଉଷୁମ ପାଣିରେ ଧୋଇ ଦେବେ ।

ବାହାରୁ ଆସିଲା ପରେ ନଖ ଉଷୁମ ଗରମ ପାଣି ଏବଂ ସାବୁନରେ ଧୋଇ ହୋଇ ମଶ୍ଚରାଇଜର ଲଗାନ୍ତୁ ।

ବର୍ଷା ଦିନରେ ଅଧିକ ତେଲଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। କାରଣ ଏହି ସମୟରେ ପେଟ ଖରାପ ହେବାର ଅଧିକ ସମ୍ଭାବନା ଥାଏ। ଭିଟାମିନ ଏ ଓ ଭିଟାମିନ ସି ଯୁକ୍ତ ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କ ତ୍ବଚା ଠିକ ରହିଥାଏ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories