ଜାଣନ୍ତୁ, ବିବାହ ଦିନ ବର୍ଷା ହେଲେ ମିଳିଥାଏ କି ସଙ୍କେତ ?

0
1440
pic courtesy BollywoodShaadis.com

ବିବାହ ଦିନ ବର୍ଷା ହେଲେ ସବୁ ପରିଶ୍ରମରେ ପାଣି ବୃଥା ହେଲା ଭଳି ମନେ ହୁଏ । ବର ଓ କନ୍ୟା ପକ୍ଷର ଲୋକଙ୍କ ପାଇଁ ଏହା ଏକ ବଡ ସମସ୍ୟା ଭଳି ଉଭା ହୁଏ । ତେଣୁ ବିବାହ ଦିନ ବର୍ଷା ହେବାର ସୂଚନା ପାଇଲେ କିଛି ଲୋକେ ଆଗୁଆ ମା’ ତାରିଣୀଙ୍କ ନିକଟରେ ନଡିଆ ମାନସିକ କରିଥାନ୍ତି । ଏହା ଦ୍ବାରା ବର୍ଷାକୁ ରୋକା ଯାଇ ପାରିବ ବୋଲି ସେମାନେ ଭାବନ୍ତି । କିନ୍ତୁ ଏହା ପ୍ରକୃତରେ ଭୁଲ୍ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିବାହ ଦିନ ବର୍ଷା ହେଲେ ଭଗବାନ ଏକ ସଙ୍କେତ ଦେଇଥାନ୍ତି ।

ହିନ୍ଦୁ ଧର୍ମ ଅନୁଯାୟୀ ବିବାହ ଦିନ ବର୍ଷା ହେଲେ ଏହାକୁ ଶୁଭ ବୋଲି ବିଶ୍ବାସ କରାଯାଏ । ଏହି ଦିନ ବର୍ଷା ହେବାର ଅର୍ଥ ଭଗବାନ ଏହି ବିବାହକୁ ନେଇ ସନ୍ତୁଷ୍ଟ ହୋଇଛନ୍ତି । ଏହା ଏକ ସଫଳ ବିବାହ ବୋଲି ପ୍ରକୃତି ମଧ୍ୟ ଇଶାରା ଦେଇଥାଏ । ଉଭୟ ନବ ଦମ୍ପତ୍ତିଙ୍କୁ ଇଶ୍ବରଙ୍କ କୃପା ଲାଭ ହୋଇଥାଏ । ବିବାହ ଦିନ ବର୍ଷା ହେଲେ ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ସାଂସାରିକ ଜୀବନ ସମୃଦ୍ଧିରେ ପରିପୂର୍ଣ୍ଣ ହୋଇଥାଏ । ତେଣୁ ବିବାହ ଦିନ ବର୍ଷା ହେବା ଭଗବାନଙ୍କ ଶୁଭ ସଙ୍କେତ ବୋଲି କୁହାଯାଏ ।