୧୩ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

0

ଭୁବନେଶ୍ଵର: ମଙ୍ଗଳବାର ସକାଳୁ ରାଜ୍ୟରେ ହଠାତ ପାଣିପାଗରେ ପରିବର୍ତ୍ତନ ଦେଖାଦେଇଛି। ସାମାନ୍ୟ ଖରା ହେଉଥିବା ବେଳେ ପାଗ ମେଘୁଆ ରହିଛି। ବିଶେଷ କରି ରାଜ୍ୟର ୧୩ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ପାଗ ଏଭଳି ରହିବ। ୮ତାରିରୁ ପାଗରେ ପରିବର୍ତ୍ତନ ହେବ।

ଏହି ଜିଲାଗୁଡ଼ିକ ହେଲା ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଏବଂ ଗଜପତି। ଏସବୁ ଜିଲାରେ ଘଡ଼ଘଡ଼ି ସହ ବର୍ଷା ପବନ ହୋଇପାରେ। ମୁଖ୍ୟତଃ ଉପକୂଳ ଜିଲାଗୁଡ଼ିକରେ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସମୁଦ୍ର ନିକଟବର୍ତ୍ତୀ ଜିଲାଗୁଡ଼ିକରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି।

Leave A Reply