କାନ୍ଥ ଭୁଶୁଡି ଗାଈ ମୃତ ଓ ମହିଳା ଗୁରୁତର

0

ବଡସାହି/ବାଲେଶ୍ବର: ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାଜ୍ୟର କେତେକ ସ୍ଥାନରେ କାନ୍ଥ ଭୁଶୁଡି ପଡି ଧନଜୀବନ ହାନି ହୋଇଛି । ଦୁଇଟି ପୃଥକ ପୃଥକ ସ୍ଥାନରେ କାନ୍ଥ ଭୁଶୁଡି ପଡି ଗୋଟିଏ ଗାଈର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି।

ମୟୂରଭଞ୍ଜ ଜିଲା ବଡସାହି ବ୍ଲକ ମାନଗୋବିନ୍ଦପୁର ପଞ୍ଚାୟତର ଜଡିଦା ଗ୍ରାମରେ କାନ୍ଥ ପଡ଼ି ଲକ୍ଷ୍ମୀଧର ଜେନାଙ୍କ ପତ୍ନୀ କୁଞ୍ଜଲତା(୩୫) ଗୁରୁତର ହୋଇଛନ୍ତି । ତାଙ୍କର ହାତ ଓ ଗୋଡ଼ ଭାଙ୍ଗି ଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ମାଣତ୍ରୀ ପରେ ବାଲେଶ୍ଵର ଡ଼ାକ୍ତରଖାନାକୁ ନିଆଯାଇଛି ।

ସେହିପରି ବାଲେଶ୍ବର ଜିଲା ଖଈରା ଥାନା ଅନ୍ତର୍ଗତ ମହାତିପୁର ଗ୍ରାମପଞ୍ଚାୟତ ନଖୀଆ ଜେନାଙ୍କ ଗାଈ ଗୁହାଳରେ ବନ୍ଧା ହୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଲଗାଣ ବର୍ଷା ଯୋଗୁଁ କାନ୍ଥଟି ଭୁଶୁଡି ପଡିଥିଲା। ଫଳରେ ଘଟଣାସ୍ଥଳରେ ଗାଈଟିର ମୃତ୍ୟୁ ଘଟିଥିଲା ।

Leave A Reply