ଓଡିଶାର କେତେକ ସ୍ଥାନରେ ବର୍ଷା ସମ୍ଭାବନା

0

ଭୁବନେଶ୍ବର: କେନ୍ଦ୍ରୀୟ ଆସାମରେ ସୃଷ୍ଟ ଘୂର୍ଣ୍ଣି ବଳୟ ଆସମର ପୂର୍ବ ଓ ଏହାର ଆଖପାଖ ଅଞ୍ଚଳରେ ଘନୀଭୂତ ହୋଇଛି । ଏହାର ପ୍ରଭାବରେ ଉତ୍ତର ବିହାର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓଡିଶାର କେତେକ ଅଞ୍ଚଳରେ ମଧ୍ୟ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି । ଏହି ସମୟରେ ସମୁଦ୍ର ମଧ୍ୟ ନ ଯିବା ପାଇଁ ଉପକୂଳବର୍ତ୍ତୀ ଓଡିଶାର ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ରବିବାର ଓଡିଶାର ତାଳଚେରରେ ସର୍ବାଧିକ ତାପମାତ୍ରା ୩୬.୧ ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ୨୦.୫ ଡିଗ୍ରୀ ସେଲସିୟସ୍ ଫୁଲବାଣୀରେ ରହିଛି । ଗତ ୨୪ ଘଣ୍ଟାରେ ଢେଙ୍କାନାଳ ଜିଲାର ଦୁଇଟି ସ୍ଥାନରେ ଏବଂ ମୟୂରଭଞ୍ଜ ଜିଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।

Leave A Reply