ଲଗାଣ ବର୍ଷାରେ ରାଉରକେଲାର ଅବସ୍ଥା ଶୋଚନୀୟ

0

ରାଉରକେଲା: ରାଉରକେଲାରେ ପ୍ରବଳ ବର୍ଷା ହେବାରୁ ତଳିଆ ଅଞ୍ଚଳରେ ପାଣି ପଶିଯାଇଥିଲା। ରବିବାର ରାତିରେ ବର୍ଷା ହେବାରୁ ଲୋକଙ୍କ ଘରେ ପାଣି ପଶିଯାଇଛି। ସାରଳା ମାର୍କେଟ, ମାନଟୋଲା, ଛେଣ୍ଡ ସମେତ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା କାରଣରୁ ରିମ୍ସ କଲେଜ ଓ ଛାତ୍ରୀନିବାସରେ ପାଣି ପଶି ଯାଇଥିଲା। ଏହାଫଳରେ ଛାତ୍ରଛାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଯାତାୟତରେ ମଧ୍ୟ ଅନେକ ଅସୁବିଧା ସୃଷ୍ଟି ହୋଇଥିଲା। ସୋମବାର ସକାଳେ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ ହୋଇଛି।

Leave A Reply