ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳ ଜଳମଗ୍ନ

0

ଭବାନୀପାଟଣା: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହର ସମେତ ନର୍ଲା, ମଦନପୁର ରାମପୁର ବ୍ଲକ ବହୁ ଅଞ୍ଚଳ ଜଳମଗ୍ନରେ ରହିଛି । ଭବାନୀପାଟଣା ସହର ଅଧକାଂଶ ପଡାର ଘର ମଧ୍ୟରେ ପାଣି ପସି ଯାଇଛି । ପ୍ରବଳରୁ ଅତିପ୍ରବଳ ବେଗରେ ବର୍ଷା ହେବାଫଳରେ ଭବାନୀପାଟଣା ସହରେ କୃତ୍ରିମ ବନ୍ୟା ପରିସ୍ଥିତି ଦେଖାଦେଇଛି ।

ସେହିପରି ରାୟଗଡା ଜିଲା ମୁନିଗୁଡା ବିଷମକଟକ ବ୍ଲକ୍‌ ପାଇକଡାକୁଲୁଗୁଡା ଓ ଥୁଆପାଡି ପଞ୍ଚାୟତର ଅନେକ ଅଂଚଳ ଜଳମଗ୍ନରେ ରହିଛି। ଲଗାଣ ବର୍ଷା ଯୋଗୁଁ ଥୁଆପାଡି ପଞ୍ଚାୟତର ଭେଜିପଦର କାଣିଯୋଡି ବ୍ରିଜ୍‌ ଉପରେ ୪ ଫୁଟର ପାଣି ଚାଲିଛି। ଏହା ଦ୍ବାରା ସମଗ୍ର ଅଞ୍ଚଳରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

Leave A Reply