ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା; ୯ଜିଲାରେ ସତର୍କ ସୂଚନା

0

କଟକ: ଘୂର୍ଣ୍ଣିବଳୟ ପ୍ରଭାବରେ ଅଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଏହାର ପ୍ରଭାବରେ ଆକାଶ ମେଘାଚ୍ଛନ୍ନ ରହିବା ସହ ମାଲକାନାଗିରି, ରାୟଗଡା, ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗିର, ବୌଦ୍ଧ ଓ ସୋନପୁର ଜିଲା ଗୁଡିକରେ ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଅଭ୍ୟନ୍ତରୀଣ ଓଡିଶାରେ ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା। କଳାହାଣ୍ଡି ଜିଲାର ଲାଞ୍ଜିଗଡରେ ସର୍ବାଧିକ ୯ ସେମି ଓ ବଲାଙ୍ଗୀର, ସୁନ୍ଦରଗଡ ଜିଲାରେ ସର୍ବନିମ୍ନ ୬ ସେମି ବର୍ଷା ରେକର୍ଡ କରାଯାଇଛି।

Leave A Reply