ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା 

0

ଭୁବନେଶ୍ୱର : ରାଜ୍ୟର ୧୩ଟି  ଜିଲାରେ ରବିବାର ଦିନ ଅପରାହ୍ନ ଓ ସନ୍ଧ୍ୟାରେ ବର୍ଷା ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଝାରସୁଗୁଡ଼ା, ସମ୍ବଲପୁର, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼, ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ସୋନପୁର , ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଏବଂ ନୂଆପଡା ଜିଲାରେ ବର୍ଷା ହେବାର ସମ୍ଭାବନା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏହି ସମସ୍ତ ସ୍ଥାନରେ ଘଡ଼ଘଡ଼ି ସହ ଅସରାଏ ଦୁଇ ଅସରାଏ ପ୍ରବଳ ବୃଷ୍ଟିପାତର ମଧ୍ୟ ସମ୍ଭାବନା ଥିବା ଜଣାପଡ଼ିଛି।

Leave A Reply