କଳାହାଣ୍ଡିରେ ସର୍ବାଧିକ ବର୍ଷା ରେକର୍ଡ; ୨୪ ଘଣ୍ଟାରେ ୬୦୮ ମିଲିମିଟର

ଭବନୀପାଟଣା : ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ କର୍ଲାମୁଣ୍ଡା ବ୍ଲକରେ ୬୦୮ ମିଲିମିଟର ବର୍ଷା ହୋଇଛି। ମଦନପୁରରାମପୁର ବ୍ଲକରେ ୪୪୫ ଓ ନର୍ଲା୍ ବ୍ଲକରେ ୨୪୧ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଫଳରେ ଏହି ସମସ୍ତ ବ୍ଳକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ୫୭ ନମ୍ବର ଜାତୀୟ ରାଜପଥରେ ବହୁ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ମଦନପୁରରାମପୁର- ବାଲିଗୁଡା- ଭୂବେନେଶ୍ୱର, ମଦନପୁରରାମପୁର-ଅମାଠକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଏହି ସବୁ ବ୍ଲକର ପ୍ରାୟ ୯ ଶହ ଜଣ ଗ୍ରାମବାସୀଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ସେମାନଙ୍କୁ ଶୁଖା ଓ ରନ୍ଧା ଖାଦ୍ୟ ବ୍ଲକ ପ୍ରଶାସନ ତରଫରୁ ଯୋଗାଇ ଦିଆଯାଉଛି ।

 

Comments are closed.