ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ସୋମବାର ସକାଳ ସମୟରୁ ବର୍ଷା ସହ ପବନ ମଧ୍ୟ ହୋଇଛି। ୨୪ ଘଣ୍ଟା ମଧ୍ୟରେ ୧୦ଟି ଜିଲାରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ଥିବା ଆଞ୍ଚଳକି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସୂଚନା ଯୋଗ୍ୟ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, କଟକ ଓ ନୟାଗଡ଼ ଜିଲାବାସୀଙ୍କୁ ସତର୍କ ରହିବା ପାଇଁ ପରାର୍ମଶ ଦିଆଯାଇଛି। ଆଜି ସକାଳୁ ରାଜ୍ୟର କିଛି ସ୍ଥାନରେ ପାଗ ମେଘୁଆ ରହିଛି। କାଳବୈଶାଖୀ ପ୍ରଭାବରେ ଏଭଳି ପାଗ ଆଉ ୪ରୁ ୫ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଥିବା ଜଣାପଡ଼ିଛି।

Comments are closed.