ଗୁରୁବାର ଓ ଶୁକ୍ରବାର, ରାଜ୍ୟରେ କାଳବୈଶାଖୀ ସମ୍ଭାବନା

0

ଭୁବନେଶ୍ୱର ..-  ଗୁରୁବାର ସନ୍ଧ୍ୟା ସମୟରେ ରାୟଗଡା, କୋରାପୁଟ ଓ ଗଜପତି ଜିଲ୍ଲାରେ ଘଡଘଡି ସହ ବର୍ଷା  ହେବାର ସମ୍ଭାବନା ରହିଛି  ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପୁରୀ, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା ଜିଲ୍ଲାରେ ଗୁରୁବାରରେ କାଳ ବୈଶାଖିର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଶୁକ୍ରବାରରେ ଉପକୂଳ ଓଡ଼ିଶା ସହ କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ ଜିଲ୍ଲାର କେତକ ସ୍ଥାନରେ କାଳବୈଶାଖୀ ସମ୍ଭାବନା  ରହିଛି । ରାଜ୍ୟର ଅନ୍ୟ  ଜିଲ୍ଲାମାନଙ୍କରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।

Leave A Reply