ପୁଣି ଜଳବାୟୁରେ ପରିବର୍ତ୍ତନ; ଆସନ୍ତା ୪ରେ ବର୍ଷା ସମ୍ଭାବନା

0

ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୪ତାରିଖରେ ଓଡିଶା ଜଳବାୟୁରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ମାର୍ଚ୍ଚ ୪ ଓ ୫ତାରିଖରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଓଡିଶାର ବୌଦ୍ଧ, ଅନୁଗୁଳ , ବଲାଙ୍ଗିର ,ସୋନପୁର ,ସମ୍ବଲପୁର , ବରଗଡ଼ ,ଝାରସୁଗୁଡ଼ା, ମୟୁରଭଞ୍ଜ ଆଦି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply