ଲଗାଣ ବର୍ଷାରେ ଧୋଇଗଲା ଟ୍ରାକ୍ : ମାଲବାହୀ ଟ୍ରେନର ୩ ବଗି ଲାଇନଚ୍ୟୁତ

ରାୟଗଡ଼ା-ଟିଟିଲାଗଡ଼ ମଧ୍ୟରେ ଟ୍ରେନ୍ ସେବା ପ୍ରଭାବିତ

ରାୟଗଡ଼ା : ଲଗାଣ ବର୍ଷା ଯୋଗୁଁ ସମ୍ବଲପୁର ଡିଭିଜନ୍ ଅନ୍ତର୍ଗତ ରାୟଗଡ଼ା ଜିଲାର ଡାଇକାଲୁ ଓ ଅମ୍ବାଦଳା ରେଳ ଟ୍ରାକ୍ ଉପରେ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ୧୦୦ ମିଟର ଟ୍ରାକ୍ ଧୋଇ ଯାଇଛି। ଫଳରେ ଅମ୍ବାଦଳା ଷ୍ଟେସନ ନିକଟରେ ଗୋଟିଏ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଯାଇଛି।

ଟ୍ରାକ୍ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ରାୟଗଡ଼ା-ଟିଟିଲାଗଡ଼ ମଧ୍ୟରେ ଟ୍ରେନ୍ ସେବା ପ୍ରଭାବିତ ହୋଇଛି। ୬ଟି ପାସେଞ୍ଜର୍ ଟ୍ରେନ୍ ଏବଂ ୨ଟି ଏକ୍ସପ୍ରେସ ଟ୍ରେନ୍ ବାତିଲ କରାଯାଇଛି। ଏହାସହିତ ୫ଟି ଏକ୍ସପ୍ରେସ ଗତିପଥ ବଦଳାଇ ଦିଆଯାଇଛି। ଧୋଇ ଯାଇଥିବା ଟ୍ରାକ୍ ମରାମତି ପାଇଁ ରେଲୱେ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ୟ୍ୟ ଆରମ୍ଭ ହୋଇଛି। ଟ୍ରାକ୍ ଧୋଇଯିବା ନେଇ ସୂଚନା ଦେଇଥିବା କର୍ମଚାରୀଙ୍କୁ ୫ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ରେଲୱେ ପକ୍ଷରୁ ଘୋଷଣା କରାଯାଇଛି।

Comments are closed.