ରେଳ କର୍ମଚାରୀଙ୍କ ଉପରେ ଚଢ଼ିଗଲା ଟ୍ରେନ

ରାଉରକେଲା : ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନୀ ରେଳ ଫାଟକ ନିକଟରେ ଟ୍ରେନରେ କଟି ଜଣେ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଗେଟ ମେନ୍ ଭାବେ କାର୍ଯ୍ୟରତ ଥିବା ଟି. ମନୋଜ ରାଓ। ବନ୍ଧମୁଣ୍ଡା ରେଳବାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମନୋଜଙ୍କ ମୃତଦେହ ଜବତ କରିଛି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ଏହା ଆତ୍ମହତ୍ୟା କିମ୍ବା ଆଉ କିଛି ପୁଲିସ ତାହାର ତଦନ୍ତ ଆରମ୍ଭ କରିଛି। ମନୋଜଙ୍କ ଘର ରାଉରକେଲାର ବନ୍ଧମୁଣ୍ଡା ଡି ସେକ୍ଟର ଅଞ୍ଚଳରେ ବୋଲି ଜଣାପଡ଼ିଛି।

Comments are closed.