ସ୍ତ୍ରୀକୁ ଆକ୍ରମଣ ପରେ ଫାଶିଦେଲା ସ୍ୱାମୀ

0

ରାଇଘର : ନବରଙ୍ଗପୁର ଜିଲା ରାଇଘର ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ଖରକାଇପାରା ଗ୍ରାମର ବାଲା ନାୟକ ଏବଂ ତାଙ୍କ ସ୍ତ୍ରୀ ଶୁରବାଇ ନାୟକଙ୍କ ମଧ୍ୟରେ ମତାନ୍ତରକୁ ନେଇ ସ୍ତ୍ରିକୁ ଆକ୍ରମଣ ପରେ ବାଲା ନାୟକ ଆତ୍ମହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ବାଲା ନାୟକ ଏବଂ ଶୁରବାଇ ନାୟକ ନିଜ ଜମିରେ ଚାଷ କରୁଥିବା ସମୟରେ କୌଣସି କାରଣରେ ଦୁଇ ଜଣକ ମଧ୍ୟରେ ଛଗଡା ହୋଇଥିଲା। ଯାହାକୁ ନେଇ ବାଲା ନାୟକ ପାଖରେ ଥିବା କୋଦାଳରେ ଶୁରବାଇକୁ ଆକ୍ରମଣ କରିଥିଲେ ଯାହାଦ୍ୱାରା ଶୁରବାଇ ଚେତା ହରାଇଥିଲେ। ପରେ ବାଲା ନାୟକ ଜମି ନିକଟରେ ଥିବା ଏକ ଗଛରେ ନିଜର ଗାମୁଛା ସାହାଯ୍ୟରେ ଫାଶି ଦେଇଥିଲେ। ଗ୍ରାମବାସୀ ଇଶ୍ୱର ସାହୁ ଏହା ଦେଖିବାପରେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଖବରପାଇ ସାନଭାଇ ଶୁରବାଇଙ୍କୁ ଡାକ୍ତରଖାନା ନେଇଥିଲେ। ପୁଲିସ ସୂଚନାପାଇ ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି।

Leave A Reply