ବେଆଇନ ପଥର ଖଣିରେ ପ୍ରଶାସନିକ ଚଢ଼ାଉ

0

ଝାରସୁଗୁଡା : ଝାରସୁଗୁଡା ଜିଲା କେଛୋବାହାଲ ଜଙ୍ଗଲରେ ଚାଲିଥିବା ବେଆଇନ ପଥର ଖଣିରେ ବୁଧବାର ଦିନ ଚଢ଼ାଉ ହୋଇଛି। ଜିଲା ପ୍ରଶାସନ, ପୁଲିସ ଓ ବନ ଅଧିକାରୀ ମାନେ ସଦଳବଳ ଭାବରେ ପଥର ଖଣିକୁ ଯାଇ ଅନୁଧ୍ୟାନ କରିବାରୁ ଏହା ବେଆଇନ ଓ ରାଜସ୍ୱ ଜଙ୍ଗଲରେ ଚାଲିଥିବା ଜଣା ପଡ଼ିଥିଲା। ପଥର ମାଫିଆମାନେ ଯୋଜନା ବଦ୍ଧ ଭାବେ ବ୍ୟାପକ ମାତ୍ରାରେ ବାରୁଦ ବ୍ୟବହାର କରି ପଥର ଉତ୍ତୋଳନ କରୁଥିବା ତଦନ୍ତକାରୀ ଅଧିକାରୀମାନେ ଜାଣିବାକୁ ପାଇଥିଲେ। ସେହିପରି ସେ ଅଞ୍ଚଳରେ ଥିବା ଏକ ମୋବାଇଲ କ୍ରସରକୁ ଯାଇ ଗଦା ହୋଇଥିବା ପଥର କେଉଁଠୁ ଅଣାଯାଇଛି ତାହା ମଧ୍ୟ ତଦନ୍ତ କରି ଫେରିଥିଲେ। ଚଢ଼ାଉରେ ଯିବା ପୁର୍ବରୁ ଝାରସୁଗୁଡା ଉପ-ଜିଲ୍ଲାପାଳ ଗାନ୍ଧୀ ଛକରେ ବିନା କାଗଜପତ୍ରରେ ଯାଉଥିବା ଦୁଇଟି ପଥର ବୋଝେଇ ହାଇୱାକୁ ଅଟକ ରଖିଛନ୍ତି।

Leave A Reply