ଡଙ୍କାରୀ ଖାଦାନରେ ଚଢ଼ଉ

0

ଯାଜପୁର: ଯାଜପୁର ଡଙ୍କାରୀ ପାହାଡରେ ବେଆଇନ ଖନନ ଅଭିଯୋଗ ମାମଲାରେ ଚଢଉ କରାଯାଇଛି। ଜିଲାପାଳ ଓ ଏସପିଙ୍କ ତତ୍ତ୍ବାବଧାନରେ ଏହି ଚଢ଼ଉ ହୋଇଛି। ଚଢଉରେ ଏକାଧିକ ବିଭାଗର ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଛନ୍ତି। ଡଙ୍କାରୀ ପାହାଡ଼ରେ ବେଆଇନ୍‌ ଖଣିଜ ଉତ୍ତୋଳନ ହେଉଥିବା ଦୀର୍ଘ ଦିନ ଧରି ଅଭିଯୋଗ ହୋଇ ଆସୁଥିଲା। କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଜଣେ ଅଭିଯୋଗକାରୀ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଘଟଣାକୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଗମ୍ଭୀରତାର ସହ ନେଇଥିଲା। ଏହାପରେ ଘଟଣାର ତ୍ବରିତ ତଦନ୍ତ ପାଇଁ ଜିଲା ପ୍ରଶାସନ ଓ ଜଙ୍ଗଲ ଓ ପରିବେଶ ବିଭାଗକୁ ରଜ୍ୟପାଳଙ୍କ କାର୍ୟ୍ୟାଳୟରୁ ନିର୍ଦେଶ ଆସିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

Leave A Reply