ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚଢଉ

0

ବରଗଡ଼: ପଦ୍ମପୁର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସଂସ୍ଥା (ଆରଡ଼ବ୍ଳୁଏସଏସ)ର ସହକାରୀ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ରଥଙ୍କ ସରକାରୀ କାର୍ଯ୍ୟାଳୟ ଓ ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅଚାନକ ଚଢ଼ଉ କରାଯାଇଛି। ବରଗଡ଼ ଭିଜିଲାନ୍ସ ଡ଼ିଏସପି ବି.କେ.ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟବର୍ହିଭୂତ ସମ୍ପତ୍ତି ଠୁଲ ମାମଲାରେ ଏହି ଚଢ଼ଉ ଚାଲିଛି। ଚଢଉ ସମୟରେ ବହୁ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଥିବା ଜଣାପଡ଼ିଥିଲେ ହେଁ ତଦନ୍ତ ଅବ୍ୟାହତ ଥିବାରୁ ବେଆଇନ ସମ୍ପତ୍ତିର ସମ୍ପୂର୍ଣ୍ଣ ଆକଳନ କରାଯାଇ ପାରିନାହିଁ ।

Leave A Reply