ମାର୍ଚ୍ଚ ୨ରେ ଓଡ଼ିଶା ଆସିବେ ରାହୁଲ

0

ଭୁବନେଶ୍ଵର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଫେବୃୟାରୀ ୨୬ରେ ଓଡ଼ିଶା ଗସ୍ତରେ ଆସିବାର ଥିଲା। କିନ୍ତୁ ତାହା ବାତିଲ ହେବା ପରେ ଆସନ୍ତା ମାର୍ଚ୍ଚ ୨ରେ ରାହୁଲ ଓଡ଼ିଶା ଆସିବେ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ସୋମବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୨ ତାରିଖରେ ଦୁଇଟି ସ୍ଥାନରେ ନୁହେଁ ଗୋଟିଏ ସ୍ଥାନରେ ରାହୁଲଙ୍କ ସଭା ହେବ। ଜୟପୁର କିମ୍ବା ବରଗଡ଼ରେ ସଭା ଆୟୋଜନ ହେବ। ସେ ନିର୍ବାଚନ ପ୍ରସଙ୍ଗରେ ମତ ଦେଇ କହିଛନ୍ତି, ଏଥର କଂଗ୍ରେସ ଓଡ଼ିଶାରେ ସରକାର ଗଢ଼ିବ। ଆମେ କେତେ ସିଟ ପାଇବୁ ତାହା କହିପାରିବିନି, କିନ୍ତୁ ଏଥର ନିଶ୍ଚୟ ସରକାର ଗଢ଼ିବୁ।

Leave A Reply