ଜୟପୁରରେ ରାହୁଲ; ମୋଦୀ ସରକାରଙ୍କୁ କ୍ଷମତାରୁ ହଟାଇବାକୁ ମହିଳା ସମାବେଶରେ ଦେଲେ ଆହ୍ବାନ

0

ଜୟପୁର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ କୋରାପୁଟ ଜିଲାର ଜୟପୁର ଯାଇ ସେଠାରେ ଏକ ମହିଳା ସମାବେଶରେ ଯୋଗଦେଇଥିଲେ। ସ୍ଥାନୀୟ ଗାନ୍ଧୀ ଛକସ୍ଥିତ ଶିବ ସାଇ ହଲରେ ଆୟୋଜିତ ଏହି ସମ୍ମିଳନୀରେ ମହିଳାମାନଙ୍କୁ ଉଦବୋଧନ ଦେଇ ରାଫେଲ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ। ଏହା ଏକ ବଡ଼ ଦୁର୍ନୀତି। ଏଥିରେ ଦେଶବାସୀଙ୍କର ୩୦ ହଜାର କୋଟି ଟଙ୍କା ଚୋରି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁର୍ନୀତିରେ ସିଧାସଳଖ ସମ୍ପୃକ୍ତ ରହି ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ଲାଭବାନ କରାଇଛନ୍ତି ବୋଲି ରାହୁଲ ଅଭିଯୋଗ କରିଥିଲେ। ତେଣୁ ଆଗାମୀ ନିର୍ବାଚନରେ ମୋଦୀ ସରକାରଙ୍କୁ କ୍ଷମତାରୁ ହଟାଇବାକୁ ମହିଳାମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ମହିଳା ସମାବେଶରେ ୫୦୦ରୁ ଊର୍ଦ୍ଧ୍ଵ ମହିଳା ଯୋଗଦେଇଥିଲେ। ରାହୁଲ ମହିଳାମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।

ରାହୁଲ ଏକ ସ୍ବତନ୍ତ୍ର ବିମାନ ଯୋଗେ ବିଶାଖାପାଟଣାରୁ ଆସି ଜୟପୁରରେ ପହଞ୍ଚିଥିଲେ। ମହିଳା ସମାବେଶ ପରେ ଅପରାହ୍ନରେ ଏକମ୍ବାଠାରେ ହେବାକୁ ଥିବା ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ।

Leave A Reply