ରାହୁଲଙ୍କ ଓଡ଼ିଶା ଗସ୍ତ : ୮ରେ ଜୟପୁର, ୧୩ରେ ବରଗଡ଼

0

ଭୁବନେଶ୍ବର : ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମାର୍ଚ୍ଚ ୮ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି । କୋରାପୁଟର ଜୟପୁରଠାରେ ଏକ ଜନ ସମାବେଶରେ ଯୋଗଦେବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ରାହୁଳଙ୍କ ଗସ୍ତକୁ ସଫଳ କରିବା ପାଇଁ ଅବିଭକ୍ତ କୋରାପୁଟ୍‌ ଜିଲାର କଂଗ୍ରେସ କର୍ମକର୍ତ୍ତାମାନଙ୍କୁ ପିସିସି ପକ୍ଷରୁ ନିର୍ଦେଶ ଦିଆଯାଇଛି। ଜୟପୁରର କଂଗ୍ରସ ବିଧାୟକ ତାରାପ୍ରସାଦ ବାହିନୀପତି ରାହୁଳଙ୍କ ସମାବେଶକୁ ସଫଳ କରିବା ପାଇଁ ସବୁମତେ ଉଦ୍ୟମ ଜାରି ରଖିଛନ୍ତି। ରାହୁଲ ଗାନ୍ଧୀ ଏକ ସ୍ବତନ୍ତ୍ର ବିମାନ ଯୋଗେ ବିଶାଖାପାଟଣା କିମ୍ବା ଜଗଦଳପୁରଠାରେ ପହଞ୍ଚି ସେଠାରୁ ହେଲିକପ୍ଟର ଯୋଗେ ଜୟପୁର ଯିବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ୧୩ରେ ବରଗଡ଼ ଏକ ଚାଷୀ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ପିସିସି ପକ୍ଷରୁ କୁହାଯାଇଛି । ଏହାପୂର୍ବରୁ ରାହୁଳ ଜାନୁୟାରୀ ୨୫ରେ ଖୋର୍ଦ୍ଧାର ତମାଣ୍ଡୋ ଓ ଫେବୃଆରୀ ୬ରେ ଭବାନୀପାଟଣା ଓ ରାଉରକେଲା ସମାବେଶରେ ଯୋଗଦେଇଥିଲେ। ରାହୁଳଙ୍କ ଘନଘନ ଓଡ଼ିଶା ଗସ୍ତ କଂଗ୍ରେସ ନେତା ଓ କର୍ମୀଙ୍କ ମନୋବଳ ଦୃଢ଼ କରିଛି ।

Leave A Reply