କ୍ଷମତାକୁ ଆସିଲେ ଜିଏସଟିରେ ପରିବର୍ତ୍ତନ କରି ଏକକ ଟ୍ୟାକ୍ସ ପ୍ରଚଳନ କରିବୁ : ରାହୁଲ

0

ବରଗଡ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ବରଗଡରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ଏହି ସମାବେଶରେ ରାହୁଲ ଜିଏସଟିକୁ ନେଇ ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି କଂଗ୍ରେସ ସରକାରକୁ ଆସିଲେ ଜିଏସଟିରେ ପରିବର୍ତ୍ତନ କରାଯାଇ ଏହାର ସରଳୀକରଣ କରାଯିବ। ଏହାକୁ ଗୋଟିଏ ଟ୍ୟାକ୍ସରେ ପରିବର୍ତ୍ତନ କରାଯିବ ବୋଲି ରାହୁଲ କହିଛନ୍ତି।
ସେ ଆହୁରି କହିଛନ୍ତି, ଓଡ଼ିଶାରେ ବରଗଡ଼ ରାଜ୍ୟର ଭାତହାଣ୍ଡି ରୂପେ ପରିଚିତ। କିନ୍ତୁ ବର୍ତ୍ତମାନ ବରଗଡରେ ଚାଷୀ ଆତ୍ମହତ୍ୟା କରୁଥିବା ଦେଖିବାକୁ ମିଳିଛି। ନବୀନ ପଟ୍ଟନାୟକ ଶୀତଳଭଣ୍ଡାର ନିର୍ମାଣ କରିବାକୁ କହିଥିଲେ। କିନ୍ତୁ ତାହା ସେ ପୁରଣ କରିପାରି ନାହାନ୍ତି ବୋଲି ରାହୁଲ କହିଛନ୍ତି। ସବୁ ନିର୍ବାଚନ ରାଲିରେ ରାହୁଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଆସୁଛନ୍ତି। ସେହିପରି ଏହି ଦୃଶ୍ୟ ବରଗଡ ସମାବେଶରେ ମଧ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦୀ କିଛି ଶିଳ୍ପପତି ମାନଙ୍କୁ ଋଣ ମୁକ୍ତ କରିଥିବା ରାହୁଲ ଅଭିଯୋଗ କରିଛନ୍ତି।
ଓଡ଼ିଶାରେ ନିଯୁକ୍ତି ସୁଯୋଗ ନ ଥିବାରୁ ଯୁବକ ବାହାରକୁ ଯାଉଛନ୍ତି। ଓଡ଼ିଶା ବେକାରୀ ସମସ୍ୟାର ମୁଖ୍ୟ କେନ୍ଦ୍ର। କିଛି ପ୍ରଶାସକ ଓଡ଼ିଶାକୁ ଚଳାଉଛନ୍ତି ଏବଂ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ରିମୋଟ ଦ୍ୱାରା ପରିଚାଳିତ ହେଉଛନ୍ତି।

ଓଡ଼ିଶାରେ ଚିଟଫଣ୍ଡ ଘୋଟାଲାରେ ୫ହଜାର କୋଟି ଓ ଖଣି ଦୁର୍ନୀତି ୫୦ହଜାର କୋଟି ଟଙ୍କା ନବୀନ ପଟ୍ଟନାୟକ ନିଜ ବନ୍ଧୁଙ୍କୁ ଦେଇଥିବା ରାହୁଲ କହିଛନ୍ତି। ଓଡ଼ିଶାରେ ଆମ ସରକାର କ୍ଷମତାକୁ ଆସିଲେ ଏହି ଦୁର୍ନୀତିର ତଦନ୍ତ କରି ହିତାଧିକାରୀଙ୍କୁ ନ୍ୟାୟ ପ୍ରଦାନ କରିବୁ।

Leave A Reply