ମୁଁ ରାହୁଲ ଗାନ୍ଧୀଙ୍କ ସହ ଡେଟରେ ଯିବାକୁ ଚାହେଁ : କରୀନା

0

ମୁମ୍ବଇ : ଭାରତରେ ବଲିଉଡ ଓ ରାଜନୀତିର ସମ୍ପର୍କ ବହୁ ପୁରୁଣା। ଭାରତୀୟ ରାଜନୀତିର ଗାନ୍ଧୀ-ନେହେରୁ ପରିବାର ଓ ଚଳଚ୍ଚିତ୍ର ଦୁନିଆର ପ୍ରସିଦ୍ଧ କପୁର ପରିବାର ମଧ୍ୟରେ ବହୁ ଭଲ ସମ୍ପର୍କ ରହିଥିଲା। ପୂର୍ବରୁ ଅଭିନେତ୍ରୀ କରୀନା କପୁର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଡେଟ କରିବାକୁ ଚାହୁଁଥିବା ଏକ ସାକ୍ଷାତକାରରେ କହିଥିଲେ।
ସୂଚନାଯୋଗ୍ୟ ଯେ ୨୦୦୦ ମସିହାରେ ଅଭିନେତା ଅଭିଷେକ ବଚ୍ଚନଙ୍କ ସହ ଚଳଚ୍ଚିତ୍ର ରେଫ୍ୟୁଜି ମାଧ୍ୟମରେ ବଲିଉଡରେ ପ୍ରବେଶ କରିଥିଲେ। ସେ ସମୟରେ ସିମି ଗ୍ରୋବର ଲୋକପ୍ରିୟ ଚାର୍ଟ ସୋ’ରେ ଅଭିନେତ୍ରୀ କରୀନା ଏହି କଥା କହିଥିଲେ। ଆପଣ କାହା ସହ ଡେଟ କରିବାକୁ ଚାହୁଁଛନ୍ତି ପ୍ରଶ୍ନରେ କରୀନା କହିଥିଲେ ମୁଁ ରାହୁଲ ଗାନ୍ଧୀଙ୍କ ସହ ଡେଟ କରିବାକୁ ଚାହୁଁଛି।
ବର୍ତ୍ତମାନ କରୀନା କପୁରଙ୍କ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। କିନ୍ତୁ ୨୦୦୯ରେ କରୀନା କପୁର ଏହି ମନ୍ତବ୍ୟରୁ ଓହରି ଯାଇଥିଲେ। ସେ କହିଥିଲେ ତାଙ୍କ ପରିବାର ଓ ଆମ ପରିବାରର ଲୋକପ୍ରିୟତାକୁ ଦେଖି କହିଥିଲି। ମୁଁ ଚାହେଁ ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ କିନ୍ତୁ, ଡେଟ କରିବାକୁ ଚାହୁଁନି।
ସୂଚନାଯୋଗ୍ୟ ଯେ ଲୋକସଭା ନିର୍ବାଚନରେ କରୀନା କାପୁର ଖାନ ନିର୍ବାଚନ ଲଢିବା ପାଇଁ ଆଲୋଚନା କରାଯାଉଥିଲା। ପରେ କରୀନା ଏହି ଆଲୋଚନାରେ ବୀରାମ ଲଗାଇଥିଲେ। ସେ କହିଥିଲେ ମୁଁ ବର୍ତ୍ତମାନ ଚଳଚ୍ଚିତ୍ର କରିବାକୁ ଚାହେଁ ନିର୍ବାଚନ ଲଢିବା ପାଇଁ ଚାହେଁ ନାହିଁ।

Leave A Reply