ରାହୁଲ ଶ୍ରେଣୀର ଫେଲ ପିଲା, ତେଣୁ ଶ୍ରେଷ୍ଠ ଛାତ୍ରକୁ ଇର୍ଷା କରୁଛନ୍ତି : ଜେଟଲୀ

0

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧ ଜାହାଜ କିଣା ପ୍ରସଙ୍ଗରେ  କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ରବିବାର କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଏହି ଯୁଦ୍ଧ ବିମାନ କେବଳ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି କରିନାହିଁ ବରଂ ହଜାର ହଜାର କୋଟି ଟଙ୍କାର ସମ୍ବଳ ମଧ୍ୟ ସଞ୍ଚୟ କରିପାରିଛି। ଏକ ଫେସବୁକ୍‍ ପୋଷ୍ଟରେ ଜେଟଲୀ କହିଛନ୍ତି, ଏ ସଂକ୍ରାନ୍ତରେ କଂଗ୍ରେସର ତଥ୍ୟ ମିଥ୍ୟା ପ୍ରମାଣିତ ହେବା ପରେ ଏବେ କଂଗ୍ରେସ ମିଛ ତଥ୍ୟର ସାହାର ନେଉଛି। କୌଣସି ବିଷୟରେ ସମାଲୋଚନା କରିବା ପୂର୍ବରୁ କେଉଁ ଆଧାରରେ ସମାଲୋଚନା କରୁଛନ୍ତି, ତାହାକୁ ସଠିକ ଭାବେ ପ୍ରମାଣିତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏଭଳି ଦୁଇପ୍ରକାରର ମନ୍ତବ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଘୃଣା ମନୋଭାବ ଥିବା ପ୍ରକାଶ କରୁଛି। ଗୋଟିଏ ଫେଲ ପିଲା ସବୁବେଳେ ଶ୍ରେଣୀ ଶ୍ରେଷ୍ଠ ଛାତ୍ରକୁ ଇର୍ଷା କରେ ବୋଲି ଶ୍ରୀ ଜେଟଲୀ ରାହୁଲଙ୍କୁ ତାତ୍ସଲ୍ୟ କରି କହିଛନ୍ତି।
ଭାରତୀୟ ସଂସଦର ଗାରିମା କ୍ଷୂର୍ଣ୍ଣ କରିବା ପାଇଁ ଶ୍ରୀ ଗାନ୍ଧୀ ସବୁବେଳେ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ଜେଟଲୀ ମତ ଦେଇଛନ୍ତି। ସଦନର ଉଭୟ ଗୃହରେ ହଟ୍ଟଗୋଳ କରି ଗୃହ କାର୍ଯ୍ୟ ଚଳାଇ ନ ଦେବା କଂଗ୍ରେସର ପରମ୍ପରା ହୋଇଗଲାଣି ବୋଲି ସେ ଅଭିଯୋଗ କରିଛନ୍ତି। ସିବିଆଇ ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ଜେଟଲୀ କହିଛନ୍ତି, ସରକାର ସିବିଆଇର କୌଣସି କାର୍ଯ୍ୟକଳାପ ଉପରେ ହସ୍ତକ୍ଷେପ କରୁନାହାନ୍ତି। ଗତ ଦୁଇମାସ ମଧ୍ୟରେ ଏନଡିଏ ସରକାରଙ୍କ ବିରୋଧରେ ଅନେକ ଗୁଡିକ ମିଛ ପ୍ରଚାର ହୋଇଥିଲେ ମଧ୍ୟ ତାହାର ସତ୍ୟତା ନ ଥିବାରୁ ସେଗୁଡିକ ତିଷ୍ଠି ପାରିନାହିଁ।

Leave A Reply