୮ରେ ଜୟପୁର ଓ ୧୩ରେ ବରଗଡ଼ ଆସିବେ ରାହୁଲ ଗାନ୍ଧୀ

0

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଓଡିଶା ଗସ୍ତରେ ଆସୁଛନ୍ତି । ଚଳିତ ମାସରେ ରାହୁଲ ଗାନ୍ଧୀ ଦୁଇ ଥର ଓଡିଶା ଗସ୍ତରେ ଆସିବେ ବୋଲି କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଆସନ୍ତା ୮ରେ ଦିନିକିଆ ଓଡିଶା ଗସ୍ତରେ ଆସି ରାହୁଲ ଗାନ୍ଧୀ ଜୟପୁର ଯିବେ । ସେଠାରେ ମହିଳା ଓ ଚାଷୀଙ୍କୁ ନେଇ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପୁଣି ମାର୍ଚ୍ଚ ୧୩ରେ ରାହୁଲ ଗାନ୍ଧୀ ବରଗଡ଼ ଗସ୍ତରେ ଆସିବେ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

 

Leave A Reply