ଓଡିଶାରେ ମାନବିକତା ଦେଖାଇଲେ ରାହୁଲ ଗାନ୍ଧୀ, ଦେଖନ୍ତୁ ଭିଡିଓ

0

ଭୁବନେଶ୍ବର: ଦିନିକିଆ ଓଡିଶାଗସ୍ତରେ ଆସିଥିବା କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମାନବିକତାର ପରିଚୟ ଦେଇଛନ୍ତି । ରାହୁଲଙ୍କ ସ୍ବାଗତ ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ପୂର୍ବରୁ ଅପେକ୍ଷା କରି ରହିଥିବା ଗଣମାଧ୍ୟମର ପ୍ରତିନିଧିମାନେ ତାଙ୍କ ନିକଟକୁ ଦୌଡି ଯାଇଥିଲେ । ଏହି ସମୟରେ ରାହୁଲଙ୍କ ଭିଡିଓ ଉତ୍ତୋଳନ କରୁଥିବା ବେଳେ ଜଣେ କ୍ୟାମେରାମ୍ୟାନ ତଳେ ପଡି ଯାଇଥିଲେ । ସେଠାରେ ଅନେକ ଲୋକ ଉପସ୍ଥିତ ରହିଥିବା ବେଳେ ତାଙ୍କୁ ଉଠାଇବାକୁ କେହି ଆସିନଥି​‌ଲେ । ଏହି ସମୟରେ ରାହୁଲ ଗାନ୍ଧୀ କ୍ୟାମେରାମ୍ୟାନଙ୍କୁ ଉଠାଇବା ପାଇଁ ତାଙ୍କ ନିକଟକୁ ଧାଇଁ ଆସିଥିଲେ । ରାହୁଲ ଗାନ୍ଧୀ ତାଙ୍କ ହାତ ଧରି ଉଠାଇବା ପରେ ଅନ୍ୟ ଲୋକମାନେ ସାହାଯ୍ୟର ହାତ ବଢାଇଥିଲେ । ଏହି ଘଟଣା ସାଧାରଣରେ ବେଶ୍ ଚର୍ଚ୍ଚା ସାଉଁଟିଛି ।

Leave A Reply