ରାଫେଲ ବୁଝାମଣା : ୪୧% ଅଧିକ ଦରରେ କିଣାଯାଇଛି ବିମାନ

0

ନୂଆଦିଲ୍ଲୀ : ବାୟୁସେନା ପାଇଁ ୧୨୬ଟି ରାଫେଲ ଯୁଦ୍ଧବିମାନର ଆବଶ୍ୟକତା ଥିବାବେଳେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ଏନଡିଏ ସରକାର ୩୬ଟି ଯୁଦ୍ଧ ବିମାନ କିଣିବା ଲାଗି ଫ୍ରାନ୍ସ ସହିତ ବୁଝାମଣା କରିଛନ୍ତି। ପୂର୍ବରୁ ୟୁପିଏ ସରକାର ୧୨୬ଟି ଯୁଦ୍ଧ ବିମାନ କିଣିବା ଲାଗି ଫ୍ରାନ୍ସ ସହିତ ବୁଝାମଣା କରିଥିଲେ; ଯାହା ଚୂଡାନ୍ତ ହୋଇପାରି ନଥିଲା। ୧୨୬ଟି ବିମାନ ପରିବର୍ତ୍ତେ ଏନଡିଏ ସରକାର ୩୬ଟି ବିମାନ କିଣିବା ଲାଗି ବୁଝାମଣା କରିବାରୁ ପ୍ରତିଟି ବିମାନ ପାଇଁ ଅଧିକ ମୂଲ୍ୟ​‌ ଦେବାକୁ ପଡିଛି। ୟୁପିଏ ସରକାର ଅମଳରେ ଯେଉଁ ବିଶେଷତ୍ବ (ସ୍ପେସିଫିକେସନ)ର ବିମାନ କିଣିବାକୁ ବୁଝାମଣା ହୋଇଥିଲା ଏନଡିଏ ସରକାର ସମାନ ବିଶେଷତ୍ବର ବିମାନ କିଣିବା ଲାଗି ବୁଝାମଣା କରିଛନ୍ତି। ତେବେ ୟୁପିଏ ସରକାର ଅମଳରେ ବିମାନର ମୂଲ୍ୟ ଯେତିକି ଧାର୍ଯ୍ୟ ହୋଇଥିଲା ବର୍ତ୍ତମାନ ତାହାର ମୂଲ୍ୟ ୪୧.୪୨% ଅଧିକ ବୋଲି ‘ଦ ହିନ୍ଦୁ’ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବିମାନର ମୂଲ୍ୟ ବଢିବାର କାରଣ ହେଉଛି ମୋଦୀ ସରକାର ବିମାନ ସଂଖ୍ୟା ହ୍ରାସ କରିବା। ୧୨୬ ବିମାନ ପରିବର୍ତ୍ତେ ୩୬ ବିମାନ କିଣିବା ଲାଗି ବୁଝାମଣା ହେବାରୁ ଏହାର ମୂଲ୍ୟ ବୃଦ୍ଧି ପାଇଥିବା କୁହାଯାଇଛି। ତେବେ ମୋଦୀ ସରକାରଙ୍କ କହିବା ଅନୁଯାୟୀ ଯୁଦ୍ଧବିମାନର ବିଶେଷତ୍ବ ବୃଦ୍ଧିରେ ହୋଇଥିବାରୁ ମୂଲ୍ୟ ବୃଦ୍ଧି ହୋଇଛି।

Leave A Reply