ଭିତ୍ତିହୀନ ଅଭିଯୋଗ କରୁଥିବା ବ୍ୟକ୍ତିଙ୍କୁ ରାଫେଲ ରାୟ କଡ଼ା ଜବାବ ଦେଇଛି, କଂଗ୍ରେସ କ୍ଷମା ମାଗୁ: ଶାହା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ରାଫେଲ ଡିଲ୍‌ ମାମଲାର ପୁନର୍ବିଚାର ପିଟିଶନକୁ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଶାହ କହିଛନ୍ତି, ପୁନର୍ବିଚାର ପିଟିଶନ ରଦ୍ଦ କରିବା ନେଇ ସୁପ୍ରିମକୋର୍ଟଙ୍କ ରାୟ ସେହି ନେତା ଏବଂ ଦଳକୁ କଡ଼ା ଜବାବ ଦେଇଛି, ଯେଉଁମାନେ ବିଦ୍ଵେଷପୂର୍ଣ୍ଣ ଏବଂ ଭିତ୍ତିହୀନ ଅଭିଯୋଗ କରିଆସୁଥିଲେ। ମୋଦୀ ସରକାର ଭ୍ରଷ୍ଟାଚାରମୁକ୍ତ ଏବଂ ପାରଦର୍ଶୀ ବୋଲି ଆଜିର ରାୟରୁ ସ୍ପଷ୍ଟ ବୁଝାପଡ଼ିଯାଇଛି।

ଶାହା ଆହୁରି କହିଥିଲେ, ରାଫେଲ ନାମରେ ସଂସଦକୁ ସୁରୁଖୁରୁରେ ଚାଲିବାକୁ ଦିଆ ନ ଯିବା ଲଜ୍ଜାଜନକ ବିଷୟ ବୋଲି ପ୍ରମାଣିତ ହୋଇଯାଇଛି। ସଂସଦର ସମୟକୁ ଲୋକଙ୍କ କଲ୍ୟାଣକାରୀ କାର୍ଯ୍ୟରେ ସୁବିନିଯୋଗ କରାଯାଇ ପାରିଥାନ୍ତା। ତେଣୁ କଂଗ୍ରେସ ଏବଂ ଦେଶହିତରୁ ଊର୍ଦ୍ଧ୍ଵରେ ରାଜନୀତି କରୁଥିବା ବ୍ୟକ୍ତିମାନେ ଏଥିପାଇଁ କ୍ଷମା ମାଗିବା ଉଚିତ।

Comments are closed.