ଶୀର୍ଷ ମାନ୍ୟତା ଫେରିପାଇଲେ ନାଦାଲ୍‌

ପ୍ୟାରିସ୍‌ : ପୁରୁଷ ସିଙ୍ଗଲ୍‌ସ ଖେଳାଳି ଭାବେ ବିଶ୍ବ ମାନ୍ୟତାର ଶୀର୍ଷ ସ୍ଥାନକୁ ଫେରିଛନ୍ତି ସ୍ପେନର ରାଫାଲ୍‌ ନାଦାଲ୍‌। ନୋଭାକ୍‌ ଜୋକାଭିକ୍‌ଙ୍କୁ ପଛରେ ପକାଇ ନାଦାଲ ଶୀର୍ଷ ସ୍ଥାନ ଦଖଲ କରିଥିବା ସୋମବାର ଅନ୍ତର୍ଜାତୀୟ ଟେନିସ୍‌ ମହାସଂଘ ତରଫରୁ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ସୂଚନାଥାଉକି ରବିବାର ଜୋକୋଭିକ୍‌ ପ୍ୟାରିସ୍‌ ମାଷ୍ଟ୍‌ର୍ସ ଟାଇଟଲ୍‌ ହାସଲ କରିଥିଲେ ସୁଦ୍ଧା ତାଙ୍କ ମାନ୍ୟତା ନିମ୍ନଗାମୀ ହୋଇଛି। ନିଜ କ୍ୟାରିୟରରେ ଅଷ୍ଟମଥର ପାଇଁ ନାଦାଲ୍‌ ବିଶ୍ବ ମାନ୍ୟତାର ଶୀର୍ଷ ସ୍ଥାନ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ଆଗାମୀ ଦିନରେ ଶୀର୍ଷ ମାନ୍ୟତା ପାଇଁ ନାଦାଲ୍‌ ଓ ଜୋକୋଭିକ୍‌ଙ୍କ ମଧ୍ୟରେ କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି। ପ୍ୟାରିସ୍‌ ମାଷ୍ଟ୍‌ର୍ସର ସେମିଫାଇନାଲରେ ପ୍ରବେଶ କରିଥିବା ମନ୍‌ଫିଲ୍‌ସ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ସେ ମାନ୍ୟତାର ୧୦ମ ସ୍ଥାନରେ ରହିଛନ୍ତି।
ସଦ୍ୟ ପ୍ରକାଶିତ ମାନ୍ୟତା ଅନୁଯାୟୀ ନାଦାଲ୍‌ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଜୋକୋଭିକ୍‌ ଦ୍ବିତୀୟ, ସୁଇଜରଲାଣ୍ଡର ରୋଜର ଫେଡେରର୍‌ ତୃତୀୟ, ରୁଷିଆର ଡାନିଲ୍‌ ମେଦଭେଦେଭ୍‌ ଚତୁର୍ଥ, ଅଷ୍ଟ୍ରିଆର ଡୋମିନିକ୍‌ ଥିଏମ୍‌ ପଞ୍ଚମ, ଜର୍ମାନୀର ସିସିପାସ୍‌ ଷଷ୍ଠ, ଜର୍ମାନୀର ଜେରେଭ୍‌ ସପ୍ତମ, ଇଟାଲୀର ବେରେଣ୍ଟିନି ଅଷ୍ଟମ, ସ୍ପେନର ବାଟିଷ୍ଟା ନବମ ଓ ଫ୍ରାନ୍‌ସର ମନ୍‌ଫିଲ୍‌ସ ଦଶମ ସ୍ଥାନରେ ରହିଛନ୍ତି।

Comments are closed.