ଇଟାଲିଆନ ଓପନ ଟେନିସ : ନାଦାଲ ଚମ୍ପିଆନ

ରୋମ : ସ୍ପେନର ରାଫେଲ ନାଦାଲ ଏଠାରେ ଆୟୋଜିତ ଇଟାଲିଆନ ଓପନ ଟେନିସ ଟୁର୍ଣ୍ଣାମେଣ୍ଟରେ ପୁରୁଷ ସିଙ୍ଗଲ୍‌ସ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ୨ୟ ସିଡ୍‌ ମାନ୍ୟତାପ୍ରାପ୍ତ ନାଦାଲ ୬-୦, ୪-୬, ୬-୧ ସେଟ୍‌ରେ ବିଶ୍ବର ୧ ନମ୍ବର ଖେଳାଳି ସର୍ବିୟାର ନୋଭାକ୍‌ ଜୋକୋଭିକ୍‌ଙ୍କୁ ପରାସ୍ତ କରିଛନ୍ତି। କ୍ଲେ-କୋର୍ଟ ସ୍ପେଶାଲିଷ୍ଟଭାବେ ପରିଚିତ ନାଦାଲଙ୍କ କ୍ୟାରିୟରରେ ଏହା ହେଉଛି ୮୧ତମ ଟାଇଟଲ। ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟରେ ଉଭୟ ନାଦାଲ ଓ ଜୋକୋଭିକ୍‌ ପରସ୍ପରକୁ ୬୭ଥର ଭେଟିଥିବାବେଳେ ଫଳାଫଳ ନାଦାଲଙ୍କ ସପକ୍ଷରେ ୩୪-୩୩ ରହିଛି। ଆସନ୍ତା ୨୬ରୁ ପ୍ୟାରିସସ୍ଥିତ ରୋଲାଣ୍ଡ ଗ୍ୟାରୋସରେ ସିଜିନର ଦ୍ବିତୀୟ ଗ୍ରାଣ୍ଡସ୍ଲାମ ଫ୍ରେଞ୍ଚ ଓପନ ଆରମ୍ଭ ହେଉଥିବାବେଳେ ଏହି ବିଜୟ ତାଙ୍କର ଆତ୍ମବିଶ୍ବାସକୁ ଆହୁରି ବୃଦ୍ଧି କରିବ ବୋଲି ନାଦାଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Comments are closed.