ସଫଳ ଅସ୍ତ୍ରୋପଚାର, ବାଳକଙ୍କ ଛାତିରୁ ବାହାରିଲା ଲୁହା ରଡ

0

କଟକ: ଏସସିବି ମେଡିକାଲରେ ପୁଣି ଏକ ସଫଳ ଅସ୍ତ୍ରୋପଚାର ହୋଇଛି । ଏହି ଅସ୍ତ୍ରୋପଚାର ମାଧ୍ୟମରେ ଜଣେ ବାଳକଙ୍କ ଛାତିରେ ପଶିଥିବା ଲୁହା ରଡ ବାହାର କରାଯାଇଛି । କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଡିମ୍ବୋ ଗାଁର ନନ୍ଦ କିଶୋର ମହାକୁଡ଼ଙ୍କ ପୁଅ ଚନ୍ଦନ ରବିବାର ଅପରାହ୍ନରେ ଏକ ଲୁହା ରଡ୍‌ ଧରି ଖେଳୁଥିବା ବେଳେ ଭୁଲବଶତଃ ତାଙ୍କ ଛାତିରେ ଲୁହା ରଡ୍ ପଶିଯାଇଥିଲା । ତୁରନ୍ତ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କଟକ ବଡ଼ ଡାକ୍ତରଖାନାରେ ସୋମବାର ତାଙ୍କର ଅସ୍ତ୍ରୋପଚାର କରାଯାଇ ଲୁହା ରଡ୍‌କୁ ବାହାର କରାଯାଇଛି । ବର୍ତ୍ତମାନ ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।

Leave A Reply