କଂଗ୍ରେସ ଗଣମାଧ୍ୟମ ସଂଯୋଜକ ରଚିତ ସେଠ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ : କଂଗ୍ରେସର ଜାତୀୟ ଗଣମାଧ୍ୟମ ସଂଯୋଜକ ପଦରୁ ଗୁରୁବାର ଇସ୍ତଫା ଦେଇଛନ୍ତି ରଚିତ ସେଠ୍‌। ସେ ରାହୁଲ ଗାନ୍ଧୀଙ୍କ ପଦାଙ୍କ ଅନୁସରଣ କରି ପଦତ୍ୟାଗ କରିଥିବା କହିଛନ୍ତି। ରାହୁଲଙ୍କ ଇସ୍ତଫା ପରେ ସେ ଏହି ପଦରେ ରହିବାର ଯଥାର୍ଥତା ନାହିଁ ବୋଲି ରଚିତ ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି। ଦେଢ଼ ମାସ ବିତିଲାଣି, କଂଗ୍ରେସ ରହୁଲଙ୍କ ଉତ୍ତରାଧିକାରୀ ସ୍ଥିର କରିପାରୁ ନାହିଁ। କର୍ଣ୍ଣାଟକ ଓ ଗୋଆରେ ଦଳ ରସାତଳକୁ ଚାଲିଯାଇଛି। ଏଭଳି ପରିସ୍ଥିତିରେ ବିଜେପିକୁ ଦୋଷ ବୋ ଅପେକ୍ଷା ନିଜ ଭିତରେ ଥିବା ଦୋଷ ଦୁର୍ବଳତା ଦୂର କରିବା ଉଚିତ ବୋଲି ସେ ନିଜ ଟ୍ବିଟରରେ ଉଲ୍ଲେଖ କରିଛନ୍ତି।

Comments are closed.