ରବିବାର ରାଶିଫଳ

0

ମେଷ: ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ପ୍ରିୟଜନଙ୍କ ସହିତ ଭ୍ରମଣ କରି ସୁଖ ଅନୁଭବ କରିବେ।

ବୃଷ: ଧର୍ମକୁ ସାକ୍ଷୀ ରଖି କାର୍ଯ୍ୟ କରିବେ। ଦୁଃସାହସିକ ପଦକ୍ଷେପ ନେଲେ ସଫଳତା ମିଳିବ। ପାରିବାରିକ ସୁଖ ମିଳିବ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳ କରିପାରନ୍ତି ଓ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। ରାଜନୀତିରେ ସଫଳ ହେବେ।

ମିଥୁନ: ସୁଯୋଗକୁ ହାତଛଡ଼ା ନ କରିବା ପାଇଁ ଉଦ୍ୟମ ଜାରି ରଖିବେ। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ନୀତିନିଷ୍ଠ ହେବେ। ପାରିବାରିକ ସୁଖ-ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଧର୍ମ-କର୍ମ ସମ୍ପାଦନ କରିପାରନ୍ତି।

କର୍କଟ: ଆତ୍ମୀୟମାନଙ୍କ ସମର୍ଥନ ପାଇପାରନ୍ତି। ତଥାପି କାର୍ଯ୍ୟରେ ବାଧା ଉପୁଜିବାର ସମ୍ଭାବନା ଅଛି। ଖର୍ଚ୍ଚର ପରିମାଣ ବୃଦ୍ଧି ହୋଇପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାରଙ୍କ ସହ ଆଲୋଚନା କରିବେ। ସତର୍କତାର ଦିନଟିଏ।

ସିଂହ: କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। କାର୍ଯ୍ୟରେ ସଫଳତା ମିଳିବ। ସର୍ବ ସୁଖ ଲାଭ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନ ମିଳିବ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ପ୍ରତିଯୋଗିତାରେ ବିଜୟୀ ହେବେ।

କନ୍ୟା: ନିର୍ଭରଶୀଳ ହୋଇପାରନ୍ତି। ଅପ୍ରିୟ ସତ୍ୟ କହି ବିରୋଧୀ ହୋଇପାରନ୍ତି। ମନ ଭାରାକ୍ରାନ୍ତ ହୋଇପାରେ। ସାବଧାନତାର ସହ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ। ବିଭିନ୍ନ ଦିଗରୁ ଧନାଗମ ହେବ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ।

ତୁଳା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ। ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ। ନୈତିକ ବଳ ବୃଦ୍ଧି ହୋଇପାରେ। ମାନ୍ୟତା ପ୍ରାପ୍ତ ହୋଇପାରନ୍ତି।

ବିଛା: ସ୍ୱଇଚ୍ଛାରେ କାର୍ଯ୍ୟ କରି ଆନନ୍ଦ ଅନୁଭବ କରିବେ। ଅଧିକ ପରିଶ୍ରମର ସମ୍ମୁଖୀନ ହେବେ। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିପାରନ୍ତି। ମିଠାକଥା କହି ଅନ୍ୟମାନଙ୍କୁ ବଶ କରିପାରନ୍ତି।

ଧନୁ: ମନ ପ୍ରସନ୍ନ ରହିବ। ଅର୍ଥ ସମ୍ପଦ ଲାଭ ହୋଇପାରେ। ଧର୍ମ-କର୍ମ ସମ୍ପାଦନ କରିପାରନ୍ତି। ସୌଭାଗ୍ୟ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ନୀତିନିଷ୍ଠ ହେବେ। କର୍ମ ଚଞ୍ଚଳ ରହିପାରନ୍ତି।

ମକର: ଚାକିରି କ୍ଷେତ୍ରରେ ସ୍ଥାନାନ୍ତର ହେବାର ସୁଯୋଗ ମିଳିପାରେ। କର୍ମକ୍ଷେତ୍ରରେ ଚଞ୍ଚଳ ଚେଷ୍ଟିତ ହେବେ। ଉଚ୍ଚ ଆଶା ଫଳବତୀ ହେବ। ପରିବାରର ଶ୍ରଦ୍ଧା ଭାଜନ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ଉଚ୍ଚ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ମିଳିବ।

କୁମ୍ଭ: ସେବା କାର୍ଯ୍ୟରେ ମନୋନିବେଶ କରିପାରନ୍ତି। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ସର୍ବ ସୁଖ ମିଳିପାରେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଉପୁଜି ଥିବା ଦ୍ୱନ୍ଦ୍ୱର ସମାଧାନ କରିବାରେ ସିଦ୍ଧହସ୍ତ ହେବେ। କେତେକ କ୍ଷେତ୍ରରେ ଉଚିତ୍ ପରାମର୍ଶ ଦେବେ।

ମୀନ: କର୍ମକ୍ଷେତ୍ରରେ ସମସ୍ୟା ଉପୁଜି ପାରେ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। କେବଳ ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି। ଶତ୍ରୁମାନଙ୍କ ଠାରୁ ଦୂରେଇ ରହିବାକୁ ପଡ଼ିବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ହେବେ।

Leave A Reply