ଦୁଇ ବାଇକ ମୁହାଁମୁହିଁ ଧକ୍କା ୧ ମୃତ, ୨ ଗୁରୁତର

0

ଗଞ୍ଜାମ : ଦିଗପହଣ୍ଡି ଥାନା ଅନ୍ତର୍ଗତ ତୁଳାସିଙ୍ଗି ଗାଁ ନିକଟରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।
ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟଇଥିଲା। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।
ମୃତକ ଜଣକ ହେଲେ ପଦ୍ମନାଭପୁରର ମାଧବ ନାୟକ। ଗୁରୁତର ଦୁଇ ଜଣଙ୍କୁ ଵ୍ରହ୍ମପୁର ଏମ୍ କେ ସି ଜି ସ୍ଥାନାନ୍ତର କରାଯାଇଛି।
ଦିଗପହଣ୍ଡି ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Leave A Reply