ପୁରୁଲିଆରେ ଦୁଇ ବିଜେପି କର୍ମୀଙ୍କୁ ହତ୍ୟା

0

କଲକାତା : ପଶ୍ଚିମବଙ୍ଗର ପୁରୁଲିଆରେ ଗୁରୁବାର ଭାରତୀୟ ଜନତା ପାର୍ଟି (ବିଜେପି)ର ଦୁଇ ଜଣ କର୍ମୀଙ୍କୁ କେତେକ ଦୁର୍ବୃତ୍ତ ହତ୍ୟା କରିଛନ୍ତି। ବିଜେପି ଏହି ହତ୍ୟାକାଣ୍ଡ ପଛରେ ତୃଣମୂଳ କଂଗ୍ରେସ (ଟିଏମ୍‍ସି)ର ହାତ ଥିବା ଅଭିଯୋଗ କରିଛି। ବିଜେପି କର୍ମୀ ୨୭ ବର୍ଷିୟ ଦୀପମ ମାହାତୋ ଏବଂ ତାର ବାପା ୫୨ ବର୍ଷିୟ ଲାଲମୋହନ ମାହାତୋଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ପଶ୍ଚିମବଙ୍ଗ ବିଜେପି ଏନେଇ ଟ୍ୱିଟ୍‍ କରିଛି ଯେ ଚଳିତ ବର୍ଷ ପଶ୍ଚିମବଙ୍ଗରେ ୨୭ ଜଣ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି। ସେଥିମଧ୍ୟରେ କେବଳ ପୁରୁଲିଆରେ ୫ ଜଣ ହତ୍ୟାର ଶିକାର ହୋଇଛନ୍ତି। ରାଜ୍ୟରେ ବୃଦ୍ଧି ପାଉଥିବା ହିଂସାକାଣ୍ଡ ପାଇଁ ବିଜେପି ସାଧାରଣ ସମ୍ପାଦକ କୈଳାସ ବିଜୟଭାର୍ଗୀୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି। ବିଜେପି ହତ୍ୟାକାଣ୍ଡର ତଦନ୍ତ ପାଇଁ ବାରମ୍ବାର ଦାବି କରିଆସୁଥିଲେ ବି ମମତା ବାନାର୍ଜୀ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ଛତ୍ରଛାୟା ତଳେ ଟିଏମ୍‍ସି ଗୁଣ୍ଡାମାନେ ବିଜେପି କର୍ମୀଙ୍କୁ ହତ୍ୟା କରିଚାଲିଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।

Leave A Reply