ବିଜେଡିରେ ଯୋଗ ଦେଲେ ପୂର୍ଣ୍ଣଚନ୍ଦ୍ର

0

ମାଲକାନଗିରି : ବହୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ସରକାରୀ ଚାକିରିରୁ ସ୍ୱେଛାକୃତ ଭାବେ ଅବସର ନେଇ ପୂର୍ଣ୍ଣଚନ୍ଦ୍ର ବାକା ଗୁରୁବାର ବିଜେଡିରେ ଯୋଗ ଦେଇଛନ୍ତି। ବହୁ ପୂର୍ବରୁ ପୂର୍ଣ୍ଣଚନ୍ଦ୍ର ବାକା ରାଜନୀତିରେ ଯୋଗଦେବେ ଏବଂ ଚିତ୍ରକୋଣ୍ଡାର ବିଧାୟକ ପ୍ରାର୍ଥୀ ଭାବେ ବିଜେଡି ପକ୍ଷରୁ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଜୋର ଧରିଥିଲ।। ତେବେ ଗୁରୁବାର ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଶ୍ରୀ ବାକା ଶାକ୍ଷାତ କରିବା ପରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ରାଜନୀତି ପାଣିପାଗ ବଦଳିଛି ଏବଂ ବିଜେଡି ପକ୍ଷରୁ ଶ୍ରୀ ବାକାଙ୍କୁ ଟିକଟ ଲବି ମଧ୍ୟ ଜୋର ଧରିଛି। ଏଭଳି ପକ୍ଷରେ ରାଜ୍ୟ ରାଜନୀତିରେ ବିଜେଡିର ମଙ୍ଗ ଧରିଥିବା ପ୍ରଣବ ପ୍ରକାଶ ଦାସ ଓରଫ ବବି ଭାଇଙ୍କ ପ୍ରତିନିଧି ବାବେ ଜଣାଶୁଣା ପ୍ରକାଶ ମହାନ୍ତି ଗତକାଲି ବାଲିମେଳାରେ ଏକ ରୁଦ୍ରଦ୍ୱାର ବୈଠକ କରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଲକର ସଭାପତି ଏବଂ ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି। ମଙ୍ଗଳା ପାଙ୍ଗି, ରାଜେନ୍ଦ୍ର ପଣ୍ଡା, ଡୁଙ୍ଗୁ ପଟ୍ଟନାୟକ, ବାଳକୃଷ୍ଣ ପ୍ରମୁଖଙ୍କ ସହିତ ଆଲୋଚନା କରିଥିବା ବେଳେ ଏହି ଆଲୋଚନାରେ ପରୋକ୍ଷରେ ପୂର୍ଣ୍ଣଚନ୍ଦ୍ର ବାକାଙ୍କୁ ସମର୍ଥନ କରିବା ନେଇ ଚର୍ଚ୍ଚା ଜୋର ଧରିଥିଲ।। କିଛି ନେତା ବର୍ତ୍ତମାନର ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ଶୀଶାଙ୍କୁ ସମର୍ଥନ କରୁଥିବା ବେଳେ ଅନ୍ୟ କିଛି ଡମ୍ବରୁଙ୍କୁ ବିରୋଧ ମଧ୍ୟ କରିଥିଲେ। ଏଭଳି ସ୍ଥିତିରେ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ବର୍ତ୍ତମାନ ବିଜେଡିର ସଂଗଠନ ସୁଦୃଢ ହୋଇଥିବା ଏବଂ ସଭାପତି ନବୀନ ପଟ୍ଟନାୟକ ହିଁ ବିଧାୟକ ପ୍ରାର୍ଥୀ ଚୟନ ନେଇ ନିଷ୍ପତି ନେବେ ବୋଲି କୁହା ଯାଇଥିଲ।। ଏବଂ ଦଳ ମୁଖ୍ୟଙ୍କ ନିଷ୍ପତିକୁ ସମସ୍ତେ ଯେଭଳି ମାନିବେ ସେଥିନେଇ ମଧ୍ୟ ପରୋକ୍ଷରେ ହ୍ୱିପ୍‍ ଜାରି କରା ଯାଇଥିଲ।। ତେବେ ୨୦୦୯ ନିର୍ବାଚନରେ ଡମ୍ବରୁ ଶିଶା ପ୍ରଥମେ ବିଧାୟକ ପ୍ରାର୍ଥୀ ଭାବେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି କଂଗ୍ରେସର ମମତା ମାଢିଙ୍କ ଠାରୁ ତିନି ହଜାର ଭୋଟ ବ୍ୟଭଧାନରେ ପରାଜୟ ହୋଇଥିଲେ। ପରବର୍ତ୍ତି ସମୟରେ ୨୦୧୪ ମସିହାରେ ପୁନର୍ବାର ବିଧାୟକ ଭାବେ ଡମ୍ବରୁ ଶିଶା ନିକଟତମ ପ୍ରତିଦ୍ୱନ୍ଦି କଂଗ୍ରେସ ପ୍ରାର୍ଥୀ ସୁନାଧର କାକାରିଙ୍କୁ ପରାଜୟ କରି ବିଜୟ ଲାଭ କରିଥିଲେ। ତେବେ ଚିତ୍ରକୋଣ୍ଡା ୧୪୭ ବିଧାନସଭା ମଣ୍ଡଳୀର ଆସାୟୀ ପ୍ରାର୍ଥୀ ବିଜୁ ଜନତା ଦଳରେ ଥିବା ଚର୍ଚ୍ଚା ଚାଲିଛିା ବିଜୁ ଜନତା ଦଳର ବର୍ତ୍ତମାନ ବିଧାୟକ ଡମ୍ବରୁ ଶିଶା ଆସାୟୀ ଥିବା ବେଳେ ଅନ୍ୟତମ ଯୁବନେତା ଶରତ ବୁରୁଦା, ପୂର୍ଣ୍ଣଚନ୍ଦ୍ର ବାକା, ବଂଶିଧର ମୁଦୁଲି, ଏବଂ ପଦ୍ମିନୀ ମୁଦୁଲି ଏବଂ ଏହାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛିା ଏମାନଙ୍କ ମଧ୍ୟରୁ କିଏ ଟିକଟ ପାଇବେ ସେଥିନେଇ ନିଜ ନିଜ ସମର୍ଥକ ମାନଙ୍କ ମଧ୍ୟରେ ଆଲୋଚନା ଚାଲିଛିା ଅପର ପକ୍ଷରେ କଂଗ୍ରେସ ଦଳର ମାଥିଲି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଟିକଟ ଦେବା ନିମନ୍ତେ ନିଷ୍ପତି ନେଇଥିବା ବେଳେ ଏହାକୁ ଅନେକ କଂଗ୍ରେସ କର୍ମି ବିରୋଧ କରିଥିବା ଆଭାସ ମିଳିଛି। ସେହିପରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଭାବେ ପ୍ରହଲ୍ଲାଦ ଦୋରା, ଟିପୁରାମ ଟାଙ୍ଗୁଲୁ, ଓ ସୁବାଷ ପଡିଆମିଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି।

Leave A Reply