ଶ୍ରୀମନ୍ଦିରର କ୍ଷୟକ୍ଷତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ବାତ୍ୟା ଫନିରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିଦର୍ଶନ କରିବା ସହ ଶ୍ରୀମନ୍ଦିରରେ ଭିତର ବେଢା ବୁଲି ଦେଖିଥିଲେ। କ୍ଷତିଗ୍ରସ୍ତ ହୋଇଥିବା ଜୟବିଜୟ ଦ୍ବାର ଦେଖି ଏହାର ମରାମତି ନେଇ ସମୀକ୍ଷା କରିଛନ୍ତି ।

ଶ୍ରୀମନ୍ଦିର ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ କହିଛନ୍ତି, ମୁଁ ବାତ୍ୟା ପରେ ଶ୍ରୀମନ୍ଦିରର ସ୍ଥିତି ଦେଖିବାକୁ ଆସିଥିଲି। ଫନିରେ ଶ୍ରୀମନ୍ଦିରର ହୋଇଥିବା କ୍ଷୟକ୍ଷତି ନେଇ ଏଏସଆଇ ଅଧିକାରୀଙ୍କ ସହ ଆଲୋଚନା କରିଛି । ଜୁନ ୧୭ସୁଦ୍ଧା ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଶେଷ କରିବାକୁ ଗୁରୁତ୍ବ ଦିଆଯାଇଥିବା ନବୀନ ପଟ୍ଟନାୟକ କହିଛନ୍ତି।

Comments are closed.