ସ୍ନାନ ମଣ୍ଡପରେ ବିଧାୟକଙ୍କୁ ଦର୍ଶନ କରାଇବା ଘଟଣା; ୨ ସେବାୟତ ନିଲମ୍ବିତ

ପୁରୀ : ଶ୍ରୀଜିଉଙ୍କ ସ୍ନାନଯାତ୍ରାରେ ପୁରୀ ବିଧାୟକଙ୍କୁ ସ୍ନାନ ମଣ୍ଡପରେ ନେଇ ଦର୍ଶନ କରାଇବା ଘଟଣାରେ ସୋମବାର ୨ ଜଣ ସେବାୟତ ସୋମନାଥ ଖୁଣ୍ଟିଆ ଓ ରାଜାରାମ ଖୁଣ୍ଟିଆଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଲମ୍ବନ କରାଯାଇଛି। ସିସିଟିଭି ଫୁଟେଜ୍‍ ଯାଞ୍ଚ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି। ବ୍ୟବସ୍ଥାବଳୀ ଉଲ୍ଲଂଘନ ଅଭିଯୋଗରେ ପୁରୀ ଶ୍ରୀମନ୍ଦିର ପକ୍ଷରୁ ଏକାଧିକ ସେବାୟତ ଓ ବିଧାୟକଙ୍କୁ ନାଟିସ ଜାରି କରାଯାଇଥିଲା। ସିସିଟିଭି ଫୁଟେଜ ଆଧାରରେ ଏହି ନୋଟିସ ଜାରି କରାଯାଇଥିଲା।

Comments are closed.