ଶ୍ରୀଜିଉଙ୍କ ନୀତିକାନ୍ତି ଘଣ୍ଟାଏ ବିଳମ୍ବ

0

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ଗୁରୁବାର ବିଳମ୍ବ ହୋଇଛି। ସୁଆର ବଡ଼ୁ ସେବାୟତ ପ୍ରାପ୍ୟ ବିବାଦ ଯୋଗୁଁ ଶ୍ରୀଜିଉଙ୍କ ଗୋପାଳ ବଲ୍ଲଭ ନୀତି ବିଳମ୍ବ ହୋଇଛି। ସୁଆର ବଡ଼ୁ ସେବାୟତ ନିଜର ପ୍ରାପ୍ୟ ତିନି ମାସ ହେଲା ପାଇ ନଥିବାରୁ ନୀତି କରିବେ ନାହିଁ ବୋଲି ଜିଦରେ ଅଡ଼ି ବସିଥିଲେ। ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀମାନେ ସେମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ନୀତି କରିବା ପାଇଁ ରାଜି ହୋଇଥିଲେ। ମାତ୍ର ଏହି ବିବାଦ ଯୋଗୁଁ ମହାପ୍ରଭୁଙ୍କ ଗୋପାଳ ବଲ୍ଲଭ ନୀତି ପ୍ରାୟ ୧ ଘଣ୍ଟା ବିଳମ୍ବରେ ହୋଇଥିଲା ବୋଲି ସୂଚନା ମିଳିଛି।

Leave A Reply