ପୁରୀ-ଏଲ୍‌ଟିଟି ଏକ୍ସପ୍ରେସ୍‌ରେ ମିଳିବ ଆରାମଦାୟକ ଯାତ୍ରା

0

ଭୁବନେଶ୍ୱର : ପୁରୀ-ଲୋକମାନ୍ୟ ତିଳକ ମୁମ୍ବଇ ଏକ୍ସପ୍ରେସ୍ ଟ୍ରେନ୍‌ରେ ଯାତ୍ରୀଙ୍କୁ ମିଳିବ ଆରାମଦାୟକ ଯାତ୍ରାର ଅନୁଭୂତି। କାରଣ ଏହି ଟ୍ରେନ୍‌ରୁ ପୁରୁଣା କୋଚ୍‌କୁ ବାହାର କରାଯାଇ ଆଧୁନିକ ଉପାୟରେ ନିର୍ମିତ ଲିଙ୍କେ ହଫ୍‌ମାନ୍ ବକ୍‌ସ (ଏଲ୍‌ଏଚ୍‌ବି) କୋଚ୍ ଲଗା ଯାଇଛି। ଏହି କୋଚ୍‌ରେ ଅନେକ ଗୁଡ଼ିଏ ବୈଶିଷ୍ଟତା ରହିଛି। ଦୁର୍ଘଟଣା ସମୟରେ ଗୋଟିଏ ପରେ ଗୋଟିଏ କୋଚ୍ ଚଢ଼ିଯିବ ନାହିଁ। ସେହିପରି ସହଜରେ ଏହା ଓଲଟିବ ନାହିଁ। ସାଧାରଣ କୋଚ୍ ତୁଳନାରେ ଏଲ୍ଏଚ୍‌ବି କୋଚ୍ ଅଧିକ ଲମ୍ବର ହୋଇଥିବାରୁ ଅଧିକ ଜାଗା ମିଳିଥାଏ। ଏହାର ନିର୍ମାଣ ଖର୍ଚ୍ଚ କମ୍ ହୋଇଥିବା ବେଳେ ରକ୍ଷଣାବେକ୍ଷଣ କାର୍ଯ୍ୟ ମଧ୍ୟ ସହଜ।

Leave A Reply