ମସଲା ଆଳୁ ପୁରୀ

ଆବଶ୍ୟକ ସାମଗ୍ରୀ
ଅଟା – ୩୦୦ ଗ୍ରାମ
ତେଲ – ଆବଶ୍ୟକ ଅନୁଯାୟୀ
ସୁଜି – ୩ ଚାମଚ
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ଜିରା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଜୁଆଣି – ଅଳ୍ପ
କଟା ଧନିଆ ପତ୍ର – ଆବଶ୍ୟକ ଅନୁଯାୟୀ
ସିଝା ଆଳୁ – ୨ ଟି
ପ୍ରସ୍ତୁତି ପ୍ରଣାଳୀ – ଏକ ପାତ୍ରରେ ଅଟା , ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ , ସୁଜି , ଜୁଆଣି , ଜିରା ଗୁଣ୍ଡ, କଟା ଧନିଆ ପତ୍ର,ସିଝା ଆଳୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ପାଣି ପକାଇ ଭଲ ଭାବେ ଚକଟି ୧୫ ମିନିଟ ରଖି ଦିଅନ୍ତୁ। ୧୫ ମିନିଟ ପରେ ଏଥିରେ ୨ ଚାମଚ ତେଲ ପକାଇ ପୁଣି ଭଲ ଭାବେ ଚକଟି ଦିଅନ୍ତୁ। ଏହି ଚକଟାରୁ ଛୋଟ ଛୋଟ ଗୁଳା କରି ପୁରୀ ଆକୃତିର ବେଲି ଏକ ପାତ୍ରରେ ରଖନ୍ତୁ । ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ବେଲି ଥିବା ପୁରୀକୁ ଛାଣନ୍ତୁ। ଭଲ ଭାବେ ଛାଣିବା ପରେ ଏକ ପାତ୍ରକୁ କାଢନ୍ତୁ ଓ ଗରମାଗରମ ଖାଆନ୍ତୁ।

Comments are closed.