ନିର୍ବାଚନୀ ହିଂସା ; ଜିଲା ବିଜେପି ଯୁବମୋର୍ଚ୍ଚାର ସଭାପତିଙ୍କୁ ଆକ୍ରମଣ

ପୁରୀ : ଜିଲା ବିଜେପି ଯୁବମୋର୍ଚ୍ଚାର ସଭାପତି ଜୟନ୍ତ କୁମାର ଦାସ ନିର୍ବାଚନୀ ହିଂସାର ଶିକାର ହୋଇଛନ୍ତି । ମଙ୍ଗଳବାର ସକାଳେ କିଛି ଦୁର୍ବୃତ୍ତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଜେଡି କର୍ମୀ ଜୟନ୍ତଙ୍କୁ ଆକ୍ରମଣ କରିଥିବା ବିଜେପି ଅଭିଯୋଗ କରିଛି । ଏହାକୁ ନେଇ ପୁରୀ ପେନ୍ଥାକଟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି ।

Comments are closed.