ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

0

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶୁକ୍ରବାର ବସିବ। ଦିନ ୧୧ଟାରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏହି ବୈଠକରେ ୨୦୧୯-୨୦ ପାଇଁ ଶ୍ରୀମନ୍ଦିର ବଜେଟ ଉପସ୍ଥାପନା ହେବ। ସୂଚନା ଅନୁଯାୟୀ, ଏହାସହ ସେବାୟତଙ୍କ ବିକାଶ, କର୍ପସ ଫଣ୍ଡ ବୁଦ୍ଧି, ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ଆଲୋଚନା କରାଯିବ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ସହ ଜିଲ୍ଲାପାଳ, ପୁରୀ ଏସପି ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ।

Leave A Reply