ଲୁଚି ବା ବିରି କଚୁଡ଼ି ତିଆରି କରିବାର ସହଜ ଉପାୟ

0

ଆବଶ୍ୟକୀୟ ସାମଗ୍ରୀ: ମଇଦା-୧ କପ୍, ଅଧା ଚାମଚ ଲୁଣ, ଏକ ଚାମଚ କଳା ଜିରା, ବଟା ବିରି ବା ବିରି ପେଷ୍ଟ, ତେଲ ଓ ପାଣି

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବିରିକୁ ବତୁରାଇ ଭଲ ଭାବରେ ଧୋଇ ବାଟି ରଖନ୍ତୁ । ଏକ ପାତ୍ରରେ ମଇଦା ନେଇ ସେଥିରେ ଲୁଣ, କଳା ଜିରା ଓ ଏକ ଚାମଚ ତେଲ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଯେପରି ମଇଦାରେ ମୁଣ୍ଡା ନ ରୁହେ । ପୂର୍ବରୁ ପ୍ରସ୍ତୁତ ଥିବା ବିରି ବଟାକୁ ପକାଇ ଭଲ ଭାବରେ ଗୋଳାନ୍ତୁ । ସେଥିରେ ପାଣି ଅଳ୍ପ ଦେଇ ଅଟା ଚକଟିଲା ପରି ଚକଟି ଗୋଳା ପ୍ରସ୍ତୁତ କରି ରଖନ୍ତୁ । ଏହାକୁ ୧୫ ମିନିଟ୍ ଛାଡି ଦିଅନ୍ତୁ । ୧୫ ମିନିଟ୍ ପରେ ଅଳ୍ପ ଟିକେ ତେଲ ଦେଇ ପୁଣି ଚକଟନ୍ତୁ ଏବଂ ଛୋଟ ଛୋଟ ଗୋଳା ପ୍ରସ୍ତୁତ କରି ପୁରୀ ଆକାରର ବେଲନ୍ତୁ । ​‌କଡେଇରେ ତେଲ ଗରମ କରି ପୁରୀ ଭଳି ଛାଣନ୍ତୁ ।​‌ ପୁରୀର ଉଭୟ ପାର୍ଶ୍ବ ବ୍ରାଉନ ହୋଇଗଲେ ତେଲରୁ କାଢି ଆଣନ୍ତୁ । ପ୍ରସ୍ତୁତ ହୋଇଗଲା ଲୁଚି ବା ବିରି କଚୁଡ଼ି । ଏହାକୁ ପର୍ବ ପର୍ବାଣୀରେ ପ୍ରସ୍ତୁତ କରନ୍ତୁ ।

Leave A Reply