ଆନନ୍ଦବଜାରରେ ଖୁବ ଶୀଘ୍ର ଲାଗିବ ମହାପ୍ରସାଦ ଦର ତାଲିକା : ମୁଖ୍ୟ ପ୍ରଶାସକ

0

ପୁରୀ : ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି ନେଇ ଖୁବ୍‌ ଶୀଘ୍ର ଦର ପ୍ରକାଶ ପାଇବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଗଣମାଧ୍ୟମକୁ ଏ ନେଇ ସୂଚନା ଦେଇ କହିଛନ୍ତି ଶ୍ରୀମନ୍ଦିରରେ ମଙ୍ଗଳବାର ପରୀକ୍ଷା ମୂଳକ ଭାବରେ ମହାପ୍ରସାଦ ପ୍ରସ୍ତୁତ(ରନ୍ଧନ) ହୋଇଛି । ସୁଆର ନିଯୋଗ ସହ ଆଲୋଚନା ପରେ ଖୁବ୍‌ ଶୀଘ୍ର ମହାପ୍ରସାଦ ଦର ନିର୍ଦ୍ଧାରଣ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ତେବେ ଦର କେବେ ପ୍ରକାଶ ପାଇବ ଏବଂ କିପରି ପ୍ରକାଶ ପାଇବ ଏନେଇ କୌଣସି ସମୟସୀମା ଧାର୍ଯ୍ୟ ହୋଇ ନାହିଁ। କିନ୍ତୁ ଖୁବ ଶୀଘ୍ର ଆନନ୍ଦବଜାରରେ ମହାପ୍ରସାଦ ଦର ତାଲିକା ଲାଗିବ ବୋଲି ଜଣାପଡିଛି ।

ମଙ୍ଗଳବାର ନୀତି ସବ୍‌-କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି, ବୈଠକରେ ଡିସେମ୍ବର ୧୬ରୁ ଜାନୁଆରି ୧୩ ପର୍ଯ୍ୟନ୍ତ ହେବାକୁ ଥିବା ପହିଲି ଭୋଗ ନୀତି ଚୂଡାନ୍ତ ହୋଇଛି । ଏହି ସମୟରେ ରାତି ୧୧.୩୦ଟାରେ ପହୁଡ, ସକାଳ ୩ଟାରେ ଦ୍ୱାରା ଫିଟା ନୀତି ହେବ।

ଅନ୍ୟପକ୍ଷରେ ଅନ୍‌ଲାଇନ୍‌ରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଯେଉଁ ଟିକେଟ ବ୍ୟବସ୍ଥା କରାଯିବା ନେଇ ଯେଉଁ ଆୟୋଜନ ଚାଲିଛି। ସେ ନେଇ ମଧ୍ୟ ଆଲୋଚନା ହୋଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Leave A Reply