ମରାମତି ଯୋଗୁଁ ପୁରୀ ରେଳ ଷ୍ଟେସନ୍‍କୁ ଟ୍ରେନ୍‍ ବାତିଲ

0

ପୁରୀ : ପୁରୀ ରେଳ ଷ୍ଟେସନ୍‍ର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଏହି କାରଣରୁ ୧୨ଟି ଏକ୍ସପ୍ରେସ୍‍ ସହ ୮ଟି ପାସେଞ୍ଜର ଟ୍ରେନ୍‍କୁ ବାତିଲ କରାଯାଇଛି। ଏଥିସହିତ ଅନ୍ୟ ୧୪ଟି ଏକ୍ସପ୍ରେସ୍‍କୁ ମଧ୍ୟ ଆଂଶିକ ଭାବେ ବାତିଲ କରାଯାଇଛି। ତେବେ ଏ ନେଇ ପୁରୀ ଆସୁଥିବା ଯାତ୍ରୀଙ୍କର କୌଣସି ପ୍ରକାର ଅସୁବିଧା ନହେବା ପାଇଁ ରେଳ ବିଭାଗ ପକ୍ଷରୁ ମାଗଣା ବସ୍‍ ସେବା ଯୋଗାଇ ଦିଆଯିବ। ଯାତ୍ରୀମାନେ ଭୁବନେଶ୍ୱର, ଖୋର୍ଦ୍ଧାରୋଡ଼ ଓ ପୁରୀରୁ ଏହି ମାଗଣା ବସ୍‍ ସୁବିଧା ପାଇପାରିବେ।

Leave A Reply