ରୁଦ୍ଧଦ୍ବାର ଜନଶୁଣାଣିକୁ ନେଇ ସେବକଙ୍କ ପ୍ରତିବାଦ

0

ପୁରୀ: ଶ୍ରୀମନ୍ଦିର ସଂସ୍କାର ପାଇଁ ରୁଦ୍ଧଦ୍ବାର ପ୍ରକୋଷ୍ଠରେ ହେଉଥିବା ଜନଶୁଣାଣିକୁ ସେବକଙ୍କ ସହ ମହାବୀର ସେନା ପକ୍ଷରୁ ବିରୋଧ କରାଯାଇଛି । ସେବକମାନେ ରୁଦ୍ଧଦ୍ବାର ପ୍ରକୋଷ୍ଠ ସମ୍ମୁଖରେ ଧାରଣାରେ ବସି ପ୍ରତିବାଦ କରିଛନ୍ତି। ଅପରପକ୍ଷରେ ମହାବୀର ସେନାର କର୍ମୀମାନେ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ୩ ଜଣିଆ ବିଶେଷଜ୍ଞ କମିଟି ବନ୍ଦ କୋଠରୀରେ ଜଣକ ପରେ ଜଣକୁ ଡାକି ଆଲୋଚନା କରୁଛନ୍ତି।

Leave A Reply