ଜଗମୋହନରେ ଲାଗିବ ସିସିଟିଭି

0

ପୁରୀ : ଶ୍ରୀମନ୍ଦିର ଜଗମୋହନରେ କ୍ଲୋଜ୍‍ ସର୍କିଟ୍‍ କ୍ୟାମେରା ଲଗାଯିବ। ସେବକ, ଭକ୍ତ ଏବଂ ସୁରକ୍ଷା କର୍ମୀଙ୍କ ଉପରେ ଗୁଇନ୍ଦା କ୍ୟାମେରା ତୀକ୍ଷ୍‍ଣ ନଜର ରଖିବ।
ରବିବାର ମହାରାଷ୍ଟ୍ରର ଜଣେ ଭକ୍ତଙ୍କୁ ୨ଜଣ ସେବକ ଆକ୍ରମଣ କରିବା ପରେ ଶ୍ରୀମନ୍ଦିର ପ୍ରଶାସନ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। ସିସିଟିଭି ଲଗାଯିବା ପରେ ପ୍ରତି ମୁହୂର୍ତ୍ତର ଘଟଣାବଳୀ ରେକର୍ଡ ହୋଇପାରିବ। ଯଦି କେବେ ଦୁର୍ବ୍ୟବହାର ଏବଂ ଚୋରି ଅଭିଯୋଗ ଆସେ ତେବେ ସିସିଟିଭି ଫୁଟେଜ ଯାଞ୍ଚ୍‍ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply